Asia cup 2025: ଦଳ ଘୋଷଣାର ଦୁଇ ଦିନ ପରେ ଅଧିନାୟକ ପଦ ଛାଡିଲେ ଭାରତୀୟ କ୍ରିକେଟର, କହିଲେ ‘ଏହା ଠିକ୍ ସମୟ’

ଏସିଆ କପ୍ 2025 ଦଳ ଘୋଷଣାର ମାତ୍ର ଦୁଇ ଦିନ ହୋଇଛି । ସେପଟେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କଲେ ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ କ୍ରିକେଟର ।

ନୂଆଦିଲ୍ଲୀ: ଏସିଆ କପ୍ 2025 ଦଳ ଘୋଷଣାର ମାତ୍ର ଦୁଇ ଦିନ ହୋଇଛି । ସେପଟେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କଲେ ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ କ୍ରିକେଟର ଅଜିଙ୍କ୍ୟ ରାହାଣେ । ସେ ତାଙ୍କ ଘରୋଇ କ୍ରିକେଟ ଦଳ ମୁମ୍ବାଇର ଅଧିନାୟକ ପଦ ଛାଡିବାକୁ ଘୋଷଣା କରିଛନ୍ତି ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ରାହାଣେ । ରାହାଣେ ବିଶ୍ୱାସ କରନ୍ତି ଯେ ଏହା ଜଣେ ନୂତନ ଅଧିନାୟକ ପ୍ରସ୍ତୁତ କରିବାର ସଠିକ୍ ସମୟ। ସେଥିପାଇଁ ସେ ପରବର୍ତ୍ତୀ ସିଜନରେ ଅଧିନାୟକତ୍ତ୍ବ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ରାହାଣେ ଅଧିନାୟକ ପଦ ଛାଡିଲେ

ଅଜିଙ୍କ୍ୟ ରାହାଣେ ଗୁରୁବାର ଅର୍ଥାତ 21 ଅଗଷ୍ଟ ମାନେ ଆଜି, ତାଙ୍କ X ଆକାଉଣ୍ଟରେ ଏହା ଲେଖି ସ୍ପଷ୍ଟ କରିଛନ୍ତି । ୩୭ ବର୍ଷୀୟ ରାହାଣେ ସ୍ପଷ୍ଟ କରିଛନ୍ତି ଯେ, ଜଣେ ବ୍ୟାଟସମ୍ୟାନ୍ ଭାବରେ ସମସ୍ତ ଫର୍ମାଟରେ ମୁମ୍ବାଇ ଦଳକୁ ସେବା କରିବାକୁ ସେ ପ୍ରତିବଦ୍ଧ ରହିବେ।

ରାହାଣେଙ୍କ ମୁମ୍ବାଇ ପାଇଁ ପ୍ରଦର୍ଶନ (ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱ)

ରାହାଣେଙ୍କ ଅଧିନାୟକତ୍ୱରେ, ମୁମ୍ବାଇ ୨୦୨୩-୨୪ ସିଜନରେ ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଥିଲା । ଯାହା ଚାମ୍ପିଅନସିପର ସାତ ବର୍ଷର ପ୍ରତୀକ୍ଷାର ସେ ଅନ୍ତ ଘଟାଇଥିଲେ। ଏହା ବ୍ୟତୀତ, ସେ ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇକୁ ରଣଜୀ ଟ୍ରଫିର ସେମିଫାଇନାଲରେ ମଧ୍ୟ ପହଞାଚଇଥିଲେ। ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ମୁମ୍ବାଇ ପାଇଁ ସର୍ବାଧିକ ରନ୍ ସ୍କୋରରଙ୍କ ତାଲିକାରେ ରାହାଣେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୱାସିମ୍ ଜାଫର ତାଙ୍କଠାରୁ ଆଗରେ ଅଛନ୍ତି। ରାହାଣେ ୭୬ ମ୍ୟାଚ୍‌ରେ ୫୨ ପ୍ରତିଶତ ହାରରେ ୫୯୩୨ ରନ୍ କରିଥିଲେ। ଯେଉଁଥିରେ ୧୯ ଶତକ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଜାଫରଙ୍କ ୨୯ ଶତକ ପରେ ଦ୍ୱିତୀୟ ସ୍ଥାନରେ ଅଛି।

ଅଜିଙ୍କ୍ୟ ରାହାଣେଙ୍କ ଆନ୍ତର୍ଜାତୀୟ କ୍ରିକେଟ୍

ଆପଣଙ୍କୁ ଜଣାଇ ଦେଉଛୁ ଯେ ଅଜିଙ୍କ୍ୟ ରାହାଣେ ଏପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିନାହାଁନ୍ତି। ସେ ଭାରତ ପାଇଁ 85 ଟେଷ୍ଟ, 90 ଦିନିକିଆ ଏବଂ 20 ଟି-20 ମ୍ୟାଚ୍ ଖେଳିଛନ୍ତି। ଏହା ବ୍ୟତୀତ ସେ 198ଟି ଆଇପିଏଲ୍ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ଆଇପିଏଲ୍ 2025ରେ କେକେଆର ତାଙ୍କୁ ନିଜ ଦଳର ଅଧିନାୟକ କରିଥିଲା।