fbpx

‘Hunarbaaz- Desh Ki Shaan’ TV ରିୟଲିଟି ଶୋ’ର ୱିନର ହେଲେ ଆକାଶ ସିଂହ

Advertisement

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆର ପପୁଲାର ରିୟଲିଟି ଶୋ ‘ହୁନରବାଜ-ଦେଶ କି ଶାନ’ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ହୁନରବାଜ ଶୋ’ର ପ୍ରଥମ ସିଜିନର ୱିନର ହୋଇଛନ୍ତି ବିହାରର ଆକାଶ ସିଂହ । ଗ୍ରାଣ୍ଡ ଫିନାଲେରେ ବିଜୟ ପରେ ଆକାଶଙ୍କୁ ଏକ ଶାନଦାର ଟ୍ରଫି ସହ ୧୫ ଲକ୍ଷ ଟଙ୍କା ପ୍ରାଇଜ୍ ମନି ପ୍ରଦାନ କରାଯାଇଛି ।

ହୁନରବାଜ ପରି ଏକ ବଡ଼ ଶୋ’ର ୱିନର ହେବା ପରେ ଆକାଶ ଅତ୍ୟନ୍ତ ଖୁସି ଓ ଉତ୍ସାହିତ ରହିଛନ୍ତି । ଶୋ’ର ପ୍ରଥମ ଦିନରୁ ହିଁ ଆକାଶ ନିଜର ଟ୍ୟାଲେଣ୍ଟର ପରିଚୟ ଦେଇ ସାରିଥିଲେ । ଆକାଶଙ୍କ ପ୍ରଦର୍ଶନ ଓ ସଂଘର୍ଷମୟ କାହାଣୀ ଦେଖି ଅଭିନେତ୍ରୀ ପରିଣୀତି ଚୋପ୍ରା ଭାବୁକ ହୋଇଯାଇଥିଲେ । ନିଜର ଇମାନଦାରୀ ଓ କଠିନ ପରିଶ୍ରମ ବଳରେ ଆକାଶ ଏହି ଟ୍ରଫି ଜିତିବା ସହ ସମସ୍ତଙ୍କର ହୃଦୟ ଜିତି ନେଇଥିଲେ ।

ହୁନରବାଜ ଟ୍ରଫି ଜିତିବା ଆକାଶଙ୍କ ପାଇଁ କୌଣସି ସ୍ୱପ୍ନ ପୂରଣ ଠାରୁ କମ୍ ନୁହେଁ । ଏହି ଅବସରରେ ଆକାଶ କହିଥିଲେ- ମୁଁ ଶବ୍ଦରେ ନିଜର ଫିଲିଙ୍ଗସକୁ ବର୍ଣ୍ଣନା କରିପାରୁ ନାହିଁ । ଏକ ବଡ଼ ସ୍ୱପ୍ନ ଦେଖି ଏହି ଶୋ’ରେ ମୁଁ ମୋର ଯାତ୍ରା ଆରମ୍ଭ କରିଥିଲି । ବର୍ତ୍ତମାନ ଟ୍ରଫି ଜିତିବା ପରେ ମୋତେ ଏପରି ଅନୁଭବ ହେଉଛି ଯେମିତି ମୁଁ ଏ ଦୁନିଆର ସବୁ ଖୁସି ପାଇଯାଇଛି । ଏଥିପାଇଁ ମୋର ସମସ୍ତ ଜଜେସ୍, ମୋର ପରିବାରବର୍ଗ ଓ ବନ୍ଧୁମାନଙ୍କୁ ଅନ୍ତରରୁ ଧନ୍ୟବାଦ ଅର୍ପଣ କରୁଛି । ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୨ ତାରିଖରେ ଏହି ଶୋ ଆରମ୍ଭ ହୋଇଥିଲା । ଆକାଶ ୱିନର ଟ୍ରଫି ଜିତିଥିବା ବେଳେ ମୁମ୍ବାଇର ନାଲା ସୋପାରା ଡ୍ୟାନ୍ସ ଗ୍ରୁପ ଫାଷ୍ଟ ରନର ଅପ୍ ହୋଇଛି ।

Get real time updates directly on you device, subscribe now.