fbpx

କରହଲ ଆସନରୁ ନାମାଙ୍କନ ଭରିଲେ ଅଖିଲେଶ: କହିଲେ ବିଜେପି ଏଠାରେ ଯାହାକୁ ବି ପ୍ରାର୍ଥୀ କରିବ ତାଙ୍କର ହାର୍ ସୁନିଶ୍ଚିତ

ଉତ୍ତର ପ୍ରଦେଶରେ ଜାରି ରହିଛି ନିର୍ବାଚନୀ ଉଷ୍ମତା । ଏହାରି ମଧ୍ୟରେ ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଲେଶ ଯାଦବ ସୋମବାର ମୈନପୁରୀର କରହଲ ସିଟରୁ ନାମାଙ୍କନ ଭରିଛନ୍ତି । ଅଖିଳେଶ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି ।

ଏହି ପରିପ୍ରେକ୍ଷୀରେ କରହଲ ସିଟରୁ ବିଜେପି ଅପର୍ଣ୍ଣା ଯାଦବଙ୍କୁ ପ୍ରାର୍ଥୀ କରିବା ନେଇ ପ୍ରଶ୍ନରେ ଅଖିଲେଶ କହିଛନ୍ତି ଯେ ବିଜେପି କରହଲରୁ ଯାହାକୁ ବି ପ୍ରାର୍ଥୀ କରିବ ତାଙ୍କର ହାରିବା ନିଶ୍ଚିତ । ସୂଚନାଯୋଗ୍ୟ, କରହଲ ସିଟ୍ ସମାଜ ବାଦୀ ପାର୍ଟୀର ଗଡ଼ ବୋଲି କୁହାଯାଏ । ୧୯୯୩ ରୁ କରହଲ ସିଟ୍ ରେ ସପାର ଦବଦବା ରହିଛି । କେବଳ ୨୦୦୨ ରେ ଏହି ସିଟ୍ ରେ ବିଜେପି ଆଶାୟୀଙ୍କ ବିଜୟ ହୋଇଥିଲା ।

ନାମାଙ୍କନ ଭରିବା ପରେ ଅଖିଲେଶ କହିଛନ୍ତି ଜୈନ ଇଣ୍ଟର କଲେଜ ୟୁନିଭର୍ସିଟି ତିଆରି କରାଯିବ । କାରଣ ଏହି ସ୍ଥାନରେ ପଢ଼ାଇଥିଲେ । ଏହା ସହ ଅଖିଳେଶ ଯାଦବ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପିି ଉଦ୍ୟୋଗପତିଙ୍କ ହିତରେ କାମ କରୁଛନ୍ତି । ବିଜେପି ଏପର୍ଯ୍ୟନ୍ତ ୯୯ ଆଶାୟୀଙ୍କୁ ପ୍ରାର୍ଥୀ କରିଛି ଯେଉଁମାନଙ୍କ ନାଁରେ ଅପରାଧିକ ମାମଲା ରହିଛି ।

ଉଲ୍ଲେଖଯୋଗ୍ୟ, ବିଜେପି ମୈନପୁରୀର କରହଲ ସିଟରୁ କେନ୍ଦ୍ର ମନ୍ତ୍ରୀ ଏସ.ପି ବଘେଲଙ୍କୁ ଟିକେଟଦେଇଛି । ଅର୍ଥାତ୍ ବଘେଲଙ୍କ ବିପକ୍ଷରେ ଲଢ଼ିବେ ଅଖିଲେଶ ଯାଦବ । ବର୍ତ୍ତମାନ ଆଗ୍ରା ଲୋକସଭା ସିଟରୁ ସାଂସଦ ଅଛନ୍ତି ଏସ.ପି ବଘେଲ । ପୂର୍ବରୁ କୁହାଯାଉଥିଲା ଯେ ବିଜେପି ଏହି ଲିଷ୍ଟରେ ମୁଲାୟମ ସିଂହଙ୍କ ବୋହୂ ଅପର୍ଣ୍ଣା ଯାଦବଙ୍କୁ ଟିକେଟ ଦେଇପାରେ ।

 

Get real time updates directly on you device, subscribe now.