fbpx

ୟୁପି ନିର୍ବାଚନ: ଅଖିଳେଶ ଯାଦବଙ୍କ ଯୋଗୀଙ୍କୁ ଟାର୍ଗେଟ, କହିଲେ ନିର୍ବାଚନରେ ବିଜେପି ଲିଷ୍ଟରେ ୯୯ କ୍ରିମିନାଲ ! ଶତକରୁ ୧ କମ୍

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟରେ ଜାରି ରହିଛିନ୍ତି ରାଜନେତାଙ୍କ ଆରୋପ ପ୍ରତ୍ୟାରୋପ । ଏହାରି ମଧ୍ୟରେ ରବିବାର ଏକ ଟ୍ୱିଟ କରି ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ । ଅଖିଳେଶ ଲେଖିଛନ୍ତି ଯେ ଭାଜପାରେ ଅପରାଧିକ ମାମଲାରେ ଜଡ଼ିତ ଥିବା ପ୍ରାର୍ଥୀଙ୍କ ସଂଖ୍ୟା ଶତକ ଛୁଇଁବାକୁ ଯାଉଛି । ଏଥିରେ କେବଳ ଗୋଟିଏ ପ୍ରାର୍ଥୀ ବାକି ରହିଛି ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ୧୦ ଫେବୃଆରୀରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ ଏବଂ ୨୭ ଫେବୃଆରୀରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

୨୦୧୭ ବିଧାନସଭା ନିର୍ବାଚନରେ ଏନଡିଏ ସହ ମେଣ୍ଟ ଅର୍ଥାତ୍ ବିଜେପି+ କୁ ୩୨୫ ସିଟ୍ ମିଳିଥିଲା । ଏଥିଷର କେବଳ ବିଜେପି ପାଖରେ ୩୧୨ ସିଟ୍ ରେ ଜିତିଥିଲା । ଏହା ସହ ସମାଜବାଦୀ ପାର୍ଟୀକୁ କେବଳ ୪୭ ସିଟରେ ଜିତିଥିଲା । ସେହିଭଳି ବହୁଜନ ସମାଜ ପାର୍ଟୀକୁ ୧୯ ସିଟରେ ବିଜୟ ଲାଭ କରିଥିଲା ।

Get real time updates directly on you device, subscribe now.