ଲକ୍ଷ୍ନୌ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ କାକା ରାଜପାଲ ସିଂହ ଯାଦବଙ୍କ ଦେହାନ୍ତ ହୋଇଛି ।
ଅଖିଳେଶ ଯାଦବଙ୍କ କାକା ରାଜପାଲ ସିଂହ ଯାଦବଙ୍କ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ଚିକିତ୍ସିତ ଥିଲେ ।
ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ସକାଳ ୪ଟାରେ ମୃତ୍ୟୁ ହୋଇଥିଲା । ଆଜି ପୈତୃକ ଗ୍ରାମ ସୈଫଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
ଭାଙ୍ଗି ପଡ଼ିଲେ ଭାଇ: ରାଜପାଲ ସିଂହ ଯାଦବଙ୍କ ବିୟୋଗରେ ଅଖିଳେଶ ଯାଦବ ଏବଂ ତାଙ୍କ ଭାଇ ରାମ ଗୋପାଳ ଯାଦବ ଶୋକ ପ୍ରକାଶ କରିଛନ୍ତି । ରାମ ଗୋପାଳ ଯାଦବ ସୋସିଆଲ ମେଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ବହୁତ ଦୁଃଖର ସହିତ ମୁଁ ଆପଣଙ୍କୁ ଜଣାଉଛି କି ମୋ ସାନ ଭାଇ ରାଜପାଲ ସିଂହଙ୍କର ଆଜି ଭୋର ୪ଟାରେ ଗୁଡ଼ଗାଓଁର ମେଦାନ୍ତ ହସ୍ପିଟାଲରେ ଅକାଳ ବିୟୋଗ ହୋଇଛି । ତାଙ୍କର ଶେଷକୃତ୍ୟ ମୋ ଜନ୍ମସ୍ଥାନ ସୈଫଇରେ କରାଯିବ।” ଆଜି ଅପରାହ୍ନରେ ପରେ କରାଯିବ । ପ୍ରଭୁ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ଚରଣ କମଳରେ ସ୍ଥାନ ଦିଅନ୍ତୁ । ଓମ୍ ଶାନ୍ତି!’
मैं अत्यंत दुख के साथ ये सूचित कर रहा हूँ कि मेरे अनुज राजपाल सिंह का आज सुबह चार बजे मेदांता अस्पताल गुड़गांव में असामयिक निधन हो गया है । उनका अंतिम संस्कार मेरे पैतृक गाँव सैफ़ई में आज दोपहर बाद किया जाएगा ।प्रभु उनकी आत्मा को शांति दे और उन्हें अपने श्री चरणों में स्थान…
— Prof. Ram Gopal Yadav (@proframgopalya1) January 9, 2025
ରାଜପାଲ ସିଂହ ଯାଦବ କିଏ ?
ଆପଣଙ୍କୁ କହି ରଖୁଛୁ ଯେ ଅଖିଳେଶ ଯାଦବଙ୍କ ବାପା ମୁଲାୟମ ସିଂହ ଯାଦବ ପାଞ୍ଚ ଭାଇ ଥିଲେ। ଏହି ପାଞ୍ଚ ଭାଇଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ଥିଲେ ରାଜପାଲ ସିଂହ ଯାଦବ । ରାଜପାଲଙ୍କ ପୁଅ ଅଂଶୁଲ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି । ଅଂଶୁଲ ଲଗାତାର ଦ୍ୱିତୀୟ ଥର ପାଇଁ ନିର୍ବିରୋଧୀ ଭାବରେ ଜିଲ୍ଲା ପଞ୍ଚାୟତ ସଭାପତି ନିର୍ବାଚିତ ହୋଇଛନ୍ତି ।
ରାଜପାଲଙ୍କ ପତ୍ନୀ ପ୍ରେମଲତା ଯାଦବ ମଧ୍ୟ ଜଣେ ରାଜନେତା ଥିଲେ । ପ୍ରେମଲତା ୨୦୦୫ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ଯାଦବ ପରିବାରର ପ୍ରଥମ ମହିଳା ଯିଏ ରାଜନୀତିରେ ପ୍ରବେଶ କରିଥିଲେ ।