fbpx
BSKY SKY
BSKY SKY

ବଡ ପରଦାରେ ଆକ୍ସନ୍‌ ଦେଖାଇବେ ଅକ୍ଷୟ କୁମାର ଓ ଟାଇଗର୍‌ ଶ୍ରଫ୍‌, ‘ବଡେ ମିୟାଁ ଛୋଟେ ମିୟାଁ’ର ସିକ୍ୱେଲ୍ ଆସିବେ ନଜର

BSKY

ମୁମ୍ବାଇ:  ପ୍ରଥମଥର ପାଇଁ ବଡ ପରଦାରେ ଦେଖା ଦେବେ ଭାରତୀୟ ସିନେମାର ଦୁଇ ପ୍ରସିଦ୍ଧ ଆକ୍ସନ୍‌ ଅଭିନେତା ଅକ୍ଷୟ କୁମାର ଓ ଟାଇଗର୍‌ ଶ୍ରଫ୍‌ । ଏହି ଚଳଚ୍ଚିତ୍ରଟିର ନାମ ହେଉଛି ‘ବଡେ ମିୟାଁ ଛୋଟେ ମିୟାଁ’ । ଏହା ଏକ ଆକ୍ସନ୍‌ ତଥା ମନୋରଞ୍ଜନ ଧର୍ମୀ ଚଳଚ୍ଚିତ୍ର । ‘ବଡେ ମିୟାଁ ଛୋଟେ ମିୟାଁ’ ୨୦୨୩ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି । ଚଳଚ୍ଚିତ୍ରଟି ଆକ୍ସନ ଦୃଶ୍ୟରେ ଭରପୁର ବୋଲି ଟ୍ରେଲରରୁ ସୂଚନା ମିଳୁଛି । ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଲି ଆବ୍ୱାସ ଜାଫର ।

ରିପୋର୍ଟ ଅନୁସାରେ ୧୯୯୮ରେ ରିଲିଜ୍‌ ହୋଇଥିବା ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଅଭିନୀତ ‘ବଡେ ମିୟାଁ ଛୋଟେ ମିୟାଁ’ର ଏହା ଦ୍ୱିତୀୟ ଭାଗ । ୨୦୨୩ରେ ରିଲିଜ୍‌ ହେବାକୁ ଯାଉଥିବା ‘ବଡେ ମିୟାଁ ଛୋଟେ ମିୟାଁ’ରେ ଅକ୍ଷୟ କୁମାର ଅମିତାଭଙ୍କ ସ୍ଥାନରେ ବଡେ ମିୟାଁର ଭୂମିକାକୁ ନଜର ଆସିବେ । ଛୋଟେ ମିୟାଁ ଭାବେ ଅଭିନୟ କରିଥିବା ଗୋବିନ୍ଦାଙ୍କ ଭୂମିକାକୁ ଟାଇଗର ଶ୍ରଫ୍‌ ତୁଲାଇଛନ୍ତି । ଶ୍ରଦ୍ଧା କପୁର ଏଥିରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିବେ ବୋଲି ଖବର ମିଳିଛି ।

Get real time updates directly on you device, subscribe now.