fbpx

ପ୍ରଶଂସକଙ୍କ ପ୍ରଶ୍ନ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଖିଲାଡି ଅକ୍ଷୟ କୁମାର, ଜାଣନ୍ତୁ କ’ଣ ଥିଲା ପ୍ରଶ୍ନ

ମୁମ୍ବାଇ : ପୁଣି ଥରେ ସିଲଭର ସ୍କ୍ରିନରେ ଧମାକା କରିବାକୁ ଆସୁଛନ୍ତି ଖିଲାଡି ଅକ୍ଷୟ କୁମାର । ତାଙ୍କର ଆଗାମୀ ଫିଲ୍ମ ହେଉଛି “ମିଶନ ରନୀଗଞ୍ଜ’ ଯାହା ୬ ଅକ୍ଟୋବରରେ ରିଲିଜ ହେବ । ଏହି ଫିଲ୍ମଟି ୧୯୮୯ରେ ରାନୀଗଞ୍ଜରେ କୋଇଲା ଖଣିରେ ହୋଇଥିବା ସତ୍ୟ ଘଟଣା ଉପରେ ଆଧାରିତ । ଯେଉଁ ଘଟଣା ପଶ୍ଚିମବଙ୍ଗକୁ ଦୋହଲାଇ ଦେଇଥିଲା । ଅକ୍ଷୟ କୁମାର ଏବେ ତାଙ୍କ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଏବେ ଫିଲ୍ମ ଛଡା ଅକ୍ଷୟକୁମାର ତାଙ୍କ ରିପ୍ଲେ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଯାହା ସେ ତାଙ୍କ ଫ୍ୟାନଙ୍କ କମେଣ୍ଟର ରିପ୍ଲେରେ କହିଥିଲେ ।

କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ତାଙ୍କ ଫିଲ୍ମର ଗୀତ “ଜଲସା୨.୦’ ରିଲିଜ ହୋଇଥିଲା ଯାହା ଏବେ ସବୁ ମ୍ୟୁଜିକାଲ ପ୍ଲାଟଫର୍ମରେ ଉପଲବ୍ଧ । ଯେତେବେଳେ ଗୀତ ରିଳିଜ ହେବା ଖବର ଲୋକମାନେ ଜାଣିଲେ ଏହା ପରେ ଅକ୍ଷୟଙ୍କ ଇନଷ୍ଟାଗ୍ରାମରେ ପ୍ରଶଂସକମାନଙ୍କ କମେଣ୍ଟ ଆସିଥଲା । ଏହା ମଧ୍ୟରେ ଜଣେ ଫ୍ୟାନ ପଚାରିଥିଲେ””ସାର’ କ’ଣ ଆପଣ ଏ ପର୍ଯ୍ୟନ୍ତ ଶୋଇ ନାହାନ୍ତି ?’

ଏହା ପରେ ଅକ୍ଷୟ କୁମାର ଏପରି ଜବାବ ଦେଇଥିଲେ ଯାହା ଆପଣ କେବେ କଳ୍ପନା କରି ନଥିବେ । ଅକ୍ଷୟ ତାଙ୍କ ଜବାବରେ ଲେଖିଥିଲେ”ଲଣ୍ଡରେ ଅଛି ଭାଇ, ସନ୍ଧ୍ୟା ୬ ଟା ବାଜିଛି ଆପଣ କହିବେ ଯଦି ଶୋଇ ପଡିବି ।’ ଏହି କମେଣ୍ଟ ଏବେ ଇନଷ୍ଟାଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକମାନେ ମଧ୍ୟ ଏହା ଉପରେ ଅନେକ କମେଣ୍ଟ କରିଛନ୍ତି । ତେବେ ଯେପରି ଅକ୍ଷୟଙ୍କ ଫିଲ୍ମ ରିରିଜ ହେବା ସମୟ ପାଖକୁ ଆସୁଛି ଲୋକମାନଙ୍କ ମଧ୍ୟରେ ମଧ୍ୟ ଆଗ୍ରହ ସେହି ପରିମାଣର ବଢିବାକୁ ଲାଗୁଛି । ତେବେ ଦେଖିବାକୁ ବାକି ରହିଲା ଫିଲ୍ମଟି ରିଲିଜ ହେବା ପରେ ଏହା କେତେ ଆଗକୁ ଯାଉଛି ।

Get real time updates directly on you device, subscribe now.