fbpx

ବଡ଼ ଷଡ଼ଯନ୍ତ୍ର! ଆତଙ୍କବାଦୀଙ୍କ ପାଖରୁ ମିଳିଲା କାଶୀ, ମଥୁରାର ନକ୍ସା, ୩୦୦୦ ଟଙ୍କାରେ ପ୍ରସ୍ତୁତ କରିଥିଲେ କୁକର୍ ବମ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୋଲିସକୁ ଆତଙ୍କବାଦୀଙ୍କ ବିରୋଧରେ ବଡ଼ ସଫଳତା ମିଳିଛି । ରବିବାର ଦିନ ଲଖନଉରୁ ଯେଉଁ ୨ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା, ସେମାନଙ୍କ ପାଖରୁ ଉତ୍ତରପ୍ରଦେଶରେ ଥିବା ଅନେକ ସହରର ନକ୍ସା ମିଳିଛି । ଏଟିଏସ ସୂତ୍ର ଅନୁସାରେ, ଅଲକାୟଦାର ଏହି ୨ ଆତଙ୍କବାଦୀ ବଡ଼ ଆକ୍ରମଣର ଷଡ଼ଯନ୍ତ୍ର କରୁଥିଲେ । ଖବର ମୁତାବକ, ଏହି ଆତଙ୍କବାଦୀ କୌଣସି ୱେବସାଇଟ ଦେଖି ବୋମା ତିଆରି କରିବା ଶିଖିଥିଲେ । ପଚରାଉଚରା କରିବାକୁ କହିଥିଲେ ଯେ, ସେମାନେ କେବଳ ୩୦୦୦ ଟଙ୍କାରେ ପ୍ରେସର କୁକର ବୋମା ତିଆରି ଶିଖିଥିଲେ ।

ଉତ୍ତରପ୍ରେଦେଶ ଏଟିଏସଙ୍କୁ ଏକ ମଡ୍ୟୁଲ ମିଳିଥିଲା । ଯାହାର ନାଁ ହେଉଛି- DO IT YOURSELF (DIY) ଅର୍ଥାତ୍ ନିଜ କାମ ନିଜେ କର । ଗିରଫ ହୋଇଥିବା ଏହି ୨ ଆତଙ୍କବାଦୀ ଏହି DIY ମଡ୍ୟୁଲରେ କାମ କରୁଥିଲେ । କୁହାଯାଉଛି ଯେ, ସେମାନେ ନିଜ ଟଙ୍କାରେ ରିକ୍ସାରେ ଲାଗୁଥିବା ବ୍ୟାଟେରୀ ଜରିଆରେ ବୋମା ତିଆରି କରିବାକୁ ଚେଷ୍ଟା କରିଥିଲେ । କାଶୀ ଓ ଓ ମଥୁରାର ନକ୍ସା ମଧ୍ୟ ସେମାନଙ୍କୁ ପାଖରୁ ଜବତ କରିଛି ପୋଲିସ । ଦୁହେଁ ଇଣ୍ଟରନେଟ୍ ଜରିଆରେ ଅଲକାୟନ ସମ୍ପର୍କରେ ଥିଲେ । ସେମାନେ ଅମର ଅଲ ମଦନୀ ସହ ଲଗାତାର କଥା ହେଉଥିଲେ ବୋଲି ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ଅଧିକ ଖୋଳତାଡ଼ ରଖିଛି ।

Get real time updates directly on you device, subscribe now.