fbpx

ପୁରୀ ବେଳାଭୂମିରେ ମିଳିବନି ମଦ, ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ସରକାର

ପୁରୀ: ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ଏଣିକି ପୁରୀ ବେଳାଭୂମିରେ ମିଳିବନି ମଦ। ବେଳାଭୂମିରେ ମଦ ପାଇଁ ଲାଇସେନ୍ସ ମିଳିବନି। ଧର୍ମାନୁଷ୍ଠାନର ୫ କିମି ଭିତରେ ଖୋଲିବନି ମଦ ଦୋକାନ। ଅନେକ ସମୟରେ ଏହି ମଦକୁ ନେଇ ବିବାଦ ଦେଖିବାକୁ ମିଳିଛି। ତେବେ ଏ ନେଇ ରାଜ୍ୟ ସରକାର କିଛି ପୂର୍ବରୁ ଥିବା ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି। ବାହାରୁ ଆସୁଥିବା ପର୍ଯ୍ୟଟକ ବେଳାଭୂମିରେ ସମୟ ବିତାଇଥାଆନ୍ତି, ଏହିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

Get real time updates directly on you device, subscribe now.