fbpx

ଭାରତରେ ଇସ୍ରାଏଲ ନାଗରିକଙ୍କ ସୁରକ୍ଷାକୁ ନେଇ ଆଲର୍ଟ, ଅନେକ ସ୍ଥାନରେ ସୁରକ୍ଷାକର୍ମୀ ନିୟୋଜିତ

ନୂଆଦିଲ୍ଲୀ: ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧ ପରେ ଦେଶର କୂଟନୀତିଜ୍ଞ, କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ସମେତ ଇସ୍ରାଏଲ୍ ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ଦେଶବ୍ୟାପୀ ସତର୍କ ସୂଚନା ଜାରି କରିଛି । ତାଲିକାଭୁକ୍ତ ସମସ୍ତ ସ୍ଥାନଗୁଡିକର ସୁରକ୍ଷାକୁ ମଜବୁତ କରିବାକୁ କହି ସମସ୍ତ ସଂପୃକ୍ତ ସୁରକ୍ଷା ପ୍ରତିଷ୍ଠାନ ଏବଂ ପୋଲିସ ସହିତ ଏହି ଆଲର୍ଟ ସେୟାର କରାଯାଇଛି । ସେହି ସ୍ଥାନରେ ଭାରୀ ନିୟୋଜନ ମଧ୍ୟ ସୁନିଶ୍ଚିତ ହୋଇଛି ଯେଉଁଠାରେ ଇସ୍ରାଏଲ୍ ନାଗରିକମାନଙ୍କର ଅଧିକ ଗତିବିଧି ରହିଛି ।

ଜାତିସଂଘର ଜଣେ ମୁଖପାତ୍ର କହିଛନ୍ତି ଯେ, ଶୁକ୍ରବାର ଦିନ ଇସ୍ରାଏଲର ସେନା ଉତ୍ତର ଗାଜାର ୧୧ ଲକ୍ଷ ଲୋକଙ୍କୁ ୨୪ ଘଣ୍ଟା ମଧ୍ୟରେ ସେଠାରୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାତିସଂଘ ମୁଖପାତ୍ର ଷ୍ଟିଫନ ଦୁଜାରିକ୍ କହିଛନ୍ତି ଯେ, ଏହି ଆଦେଶ ଦ୍ୱାରା ‘ବିନାଶକାରୀ ମାନବିକ ପରିଣାମ’ ସାମ୍ନାକୁ ଆସିବାର ବିପଦ ରହିଛି ।

ଏହି ଆଦେଶ ଏପରି ଏକ ସମୟରେ ଆସିଛି ଯେତେବେଳେ ଇସ୍ରାଏଲ ହାମାସ ବିରୁଦ୍ଧରେ ପ୍ରତିଶୋଧ ନେବାକୁ କାର୍ଯ୍ୟାନୁଷ୍ଠାନ ତୀବ୍ର କରିଛି । ଏହି ଆଦେଶର ପ୍ରଭାବ ହୁଏତ ଗ୍ରାଉଣ୍ଡ ଆକ୍ରମଣ ତୀବ୍ର ହୋଇପାରେ, କିନ୍ତୁ ଇସ୍ରାଏଲ୍ ସେନା ଏ ବାବଦରେ କୌଣସି ସୂଚନା ଦେଇନାହାଁନ୍ତି । ଗୁରୁବାର ଦିନ ସେନା କହିଛି ଯେ ଗ୍ରାଉଣ୍ଡ ଆକ୍ରମଣ ପାଇଁ ଏହା ପ୍ରସ୍ତୁତ ହେଉଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

୨୧୨ ଭାରତୀୟ ନାଗରିକଙ୍କୁ ନେଇ ଇସ୍ରାଏଲରୁ ପ୍ରଥମ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି । ତାଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିମାନବନ୍ଦରରେ ଉପସ୍ଥିତ ଥିଲେ । ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଆମ ସରକାର କୌଣସି ଭାରତୀୟଙ୍କୁ ପଛରେ ପକାଇବେ ନାହିଁ । ଆମର ସରକାର ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କ ନିରାପତ୍ତା ପାଇଁ ଏବଂ ସେମାନଙ୍କୁ ନିରାପଦରେ ଘରକୁ ଫେରାଇ ଆଣିବା ପାଇଁ ପ୍ରତିବଦ୍ଧ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବୈଦେଶିକ ମନ୍ତ୍ରଣଶଳୟର ଟିମ୍ଏବଂ ଏହି ଏୟାର ଇଣ୍ଡିଆ ବିମାନର କର୍ମଚାରୀମାନେ ଆମ ପିଲାମାନଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ଏବଂ ନିଜ ପ୍ରିୟଜନଙ୍କ ନିକଟକୁ ଫେରାଇ ଆଣିଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞ ।

ଘରକୁ ଫେରିବାକୁ ଚାହୁଁଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ଅପରେସନ୍ ଅଜୟ ଆରମ୍ଭ କରିଛି । ଇସ୍ରାଏଲ୍ ସହର ଉପରେ ହାମାସ୍ ଯୁଦ୍ଧବିମାନର ଲଗାତାର ଆକ୍ରମଣ ଏହି ଅଞ୍ଚଳରେ ନୂଆ ଉତ୍ତେଜନା ସୃଷ୍ଟି କରିଛି । ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଗୁରୁବାର ଦିନ ତେଲ ଅଭିବରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଆମେରିକା ଇସ୍ରାଏଲକୁ ସମର୍ଥନରୁ କେବେ ବି ପଛଘୁଞ୍ଚା ଦେବ ନାହିଁ । ସାଧାରଣ ନାଗରିକଙ୍କ ପ୍ରତି ଅନିଷ୍ଟ ନହେବା ପାଇଁ ସମସ୍ତ ସମ୍ଭାବ୍ୟ ସତର୍କତା ଅବଲମ୍ବନ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ ।

Get real time updates directly on you device, subscribe now.