fbpx

ପ୍ରିୟଙ୍କାଙ୍କ ରାସ୍ତାରେ ଆଲିଆ, ହଲିଉଡରେ କରିବେ କାମ!

ମୁମ୍ବାଇ: ନିଜ ଅଭିନୟ ଜରିଆରେ ଭାରତର ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ହଲିଉଡ ଆଡ଼କୁ ଅଗ୍ରସର । ଆଲିଆ ଏବେ ହଲିଉଡ ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି । ଏଥିପାଇଁ ସେ ବିଦେଶୀ ଟାଲେଣ୍ଟ ହଣ୍ଟ କମ୍ପାନୀ ‘ଦି ୱିଲିୟମ ମୋରିସ ଏଜେନ୍ସି’ ସହ ଚୁକ୍ତି କରିଛନ୍ତି । ଆଲିଆ ପ୍ରିୟଙ୍କାଙ୍କ ପଦାଙ୍କ ଅନୁସରଣ କରୁଥିବା ନେଇ ଫ୍ୟାନ ମାନେ ଆଲୋଚନା କରୁଛନ୍ତି ।

ନିକଟରେ ଆଲିଆ ଭଟ୍ଟ ତାଙ୍କ ପ୍ରଡକ୍ସନ୍ ହାଉସର ପ୍ରଥମ ଚଳଚ୍ଚିତ୍ର ‘ଡାର୍ଲିଙ୍ଗ୍ସ’ର ସୁଟିଂ ଆରମ୍ଭ କରିଥିଲେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ଫ୍ୟାନମାନଙ୍କୁ ଏହା ଜଣାଇଥିଲେ। ‘ଡାର୍ଲିଙ୍ଗ୍ସ’ ହେଉଛି ଆଲିଆ ଭଟ୍ଟଙ୍କ ପ୍ରଡକ୍ସନ୍ ହାଉସ୍ ର ଡେବ୍ୟୁ ଫିଲ୍ମ  । ଏହି ଚଳଚ୍ଚିତ୍ରରେ ଆଲିଆ, ବିଜୟ ବର୍ମା ଏବଂ ଶେଫାଲୀ ଶାହା ନଜର ଆସିବେ। ଆଲିଆ ଭଟ୍ଟ ଏପ୍ରିଲରେ ତାଙ୍କ ପ୍ରଡକ୍ସନ୍ ହାଉସ୍ ଘୋଷଣା କରିଥିଲେ ଏବଂ ଏହା ସହିତ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମଧ୍ୟ ଘୋଷଣା କରାଯାଇଥିଲା  ।

ଅଭିନେତ୍ରୀ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ଗାଙ୍ଗୁବାଇ କାଠିଆୱାଡି ପାଇଁ ସୁଟିଂ ଶେଷ କରିଛନ୍ତି । ଏହା ବ୍ୟତୀତ ସେ ଆୟାନ ମୁଖାର୍ଜୀଙ୍କ ଆକ୍ସନ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଏବଂ ଏସ୍ ଏସ୍ ରାଜାମୌଲିଙ୍କ ‘ଆରଆରଆର’ ରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ସେ ପ୍ରଥମ ଥର ପାଇଁ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁରଙ୍କ ସହ ନଜର ଆସିବାକୁ ଯାଉଛନ୍ତି ।

Get real time updates directly on you device, subscribe now.