fbpx

ଆଜିଠୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ଚାଲୁ ରହିବ

Advertisement

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାରୁ ଗୁରୁବାରଠାରୁ ମେ’ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ତେବେ କ୍ଲାସ ବନ୍ଦ ରହିଲେ ବି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ଚାଲୁ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ୟୁଜିଓ ପିଜି କ୍ଲାସ ବନ୍ଦ ଘୋଷଣା କରାଯାଇଛି। ସେହିପରି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି।  ସ୍କୁଲ  ଓ କଲୋଜ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଜାରି ରହିବ ବୋଲି ନିଷ୍ପତ୍ତି ହୋଇଛି।

Get real time updates directly on you device, subscribe now.