fbpx
BSKY
BJD YOUTH SKY
BJD MS SKY

ଆଜିଠୁ ଯୁକ୍ତ ୨ ବୋର୍ଡ ପରୀକ୍ଷା, ଦୁଇ ବର୍ଷ ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ ୩,୨୧,୫୦୮ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌ ) :  ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ୨ ପରୀକ୍ଷା  ଆରମ୍ଭ ହେବ । ଏହା ମେ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଜ୍ଞାନ, କଳା ଓ ବାଣିଜ୍ୟର ଏହି ପରୀକ୍ଷା ପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କରୋନା ସଂକ୍ରମଣ ପାଇଁ ଦୀର୍ଘ ୨ ବର୍ଷରୁ ଊଦ୍ଧ୍ୱର୍ ହେବ ବନ୍ଦ ରହିଥିବା ଏହି ପରୀକ୍ଷା ଚଳିତ ଥର ଅଫ୍‌ ଲାଇନ୍‌ରେ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ୍‌ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ।

ଏଥିମଧ୍ୟରୁ କଳାରେ କେବଳ ୨ ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ବାଣିଜ୍ୟରେ ମଧ୍ୟ ୨୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି । ସେହିପରି ବିଜ୍ଞାନରେ ୧ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି । ଏଥିନେଇ ୧୦୩୩ଟପରୀକ୍ଷାକେନ୍ଦ୍ର ସ୍ଥାପନ କରାଯାଇଛି । ପ୍ରଶ୍ନ ପତ୍ର ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ୨୦୨ଟି ନୋଡାଲ ସେଣ୍ଟର ସ୍ଥାପନ କରାଯାଇଛି । ପ୍ରଶ୍ନ ତ୍ରଗୁଡ଼ିକ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ଖରା ହେତୁ ପରୀକ୍ଷାକେନ୍ଦ୍ରଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଛି । କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡର ବ୍ୟବସ୍ଥା ମଧ୍ୟ କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.