fbpx

ମେ’ ୧୫ ଯାଏ ବନ୍ଦ ରହିବ ଦେଶର ସମସ୍ତ ଐତିହ୍ୟସ୍ଥଳ

ନୂଆଦିଲ୍ଲୀ ୧୬ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗିତରେ ବୃଦ୍ଧି ପାଇବାରେ ଲାଗିଛି । କରୋନା ପ୍ରଭାବ ଯୋଗୁ ଦେଶରେ ଥିବା ଐତିହ୍ୟସ୍ଥଳ ଓ ସଂଗ୍ରହାଳୟଗୁଡିକୁ ପୁଣି ଥରେ ୧୫ ମେ’ ଯାଏ ବନ୍ଦ କରିବା ପାଇଁ ଭାରତ ପ୍ରତ୍ନତ୍ତତ୍ୱ ବିଭାଗ ପକ୍ଷରୁ ନର୍ଦ୍ଦେଶ ଦଆଯାଇଛି । ପ୍ରତ୍ନତ୍ତତ୍ୱ ଅଧୀନରେ ଥିବା ଦେଶର ୩ ହଜାର୬ ଶହ୯୩ଟି ସ୍ମାରକ ଉପରେ ଏହି କଟକଣା ଲଗାଯାଇଛି । ପରବର୍ତ୍ତି ନିର୍ଦ୍ଦେଶନାମା ଆସିବା ପରେ ଏହି ସ୍ଥଳଗୁଡିକ ଖୋଲା ଯିବା ନେଇ ନିଷ୍ପତ୍ତି ହେବ । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ୍ ଏବଂ ଏଏସଆଇ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି । ଦିଲ୍ଲୀ ସମେତ ଦେଶରେ ଥିବା୧୪୩ ଟି ଐତିହ୍ୟସ୍ଥଳ ଉପରେ ଏହି କଟକଣା ଲାଗୁ ହୋଇଛି ।

ଏହି ନିଦ୍ଦେର୍ଶ ଆସିବା ପରେ ଓଡିଶା ପ୍ରତ୍ନତ୍ତତ୍ୱ ବିଭାଗ ଦାୟୀତ୍ୱରେ ଥିବା ଅଧିକାରୀ କହିଛନ୍ତି କି ଏହି କଟକଣା ଶୁକ୍ରବାର ଠାରୁ ରାଜ୍ୟରେ ଲାଗୁ କରାଯିବ । ଓଡିଶାର ୮୦ ଟି ଐତିହ୍ୟସ୍ଥଳ ଏଏସଆଇ ଅଧୀନରେ ରହିଛି । ସେଥିରେ ମଧ୍ୟରେ କୋଣାର୍କ ସୂର୍ୟ୍ୟ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର , ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ଓ ରାଜାରାଣୀ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ,ରତ୍ନଗିରି ଏବଂ ଲଳିତଗିରି ଭଳି ବଡ଼ ବଡ଼ ଐତିହ୍ୟସ୍ଥଳୀ ରାଜ୍ୟରେ ରହିଛି । ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରଙ୍କୁ ଛାଡ଼ି ବାକି ଅନ୍ୟ ସମସ୍ତ ସ୍ଥାନ ବନ୍ଦ ରହିବ । ଏନେଇ ଶୁକ୍ରବାର ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ସହ ଆଲୋଚନା କରାଯିବ । ଏହାପରେ ନିଷ୍ପତ୍ତି ନିଆଯିବ । ପୂର୍ବ ବର୍ଷ କରୋନା କଟକଣା ଲାଗି ଐତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଥିବା ବେଳେ ଗତ ଜୁନ୍ ପରେ ଏହା ଖୋଲାଯାଇଥିଲା ।

 

Get real time updates directly on you device, subscribe now.