ନୂଆଦିଲ୍ଲୀ: ଅପରେଶନ୍ ସିନ୍ଦୂରର ସଫଳତା ପରେ ଆଜି ବସିଛି ସର୍ବଦଳୀୟ ବୈଠକ । କିଛି ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧକ୍ଷତାରେ ବୈଠକ ବସିଛି ।
ସଂସଦ ଭବନରେ ଚାଲିଛି ସର୍ବ ଦଳୀୟ ବୈଠକ । ଅମିତ ଶାହା, କରେଣ ରିଜିଜୁ, ବୈଦେଶୀକ ମନ୍ତ୍ରୀ ବୈଠକରେ ଉପସ୍ଥିତ ରହିଛନ୍ତି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ । କଂଗ୍ରେସ ଅଧ୍ୟକ୍ଷ ଖଡଗେ ଏବଂ ରାହୁଲ ଗାନ୍ଧୀ ଉପସ୍ଥିତ ।
ପାକିସ୍ତାନ ଉପରେ ହମଲା ଓ ଆତଙ୍କବାଦ ବରୋଧୀ ମୁକାବିଲା ସମ୍ପର୍କରେ ଆଲୋଚନା ହେବା ନେଇ ସମ୍ଭାବନ ରହିଛି ।