fbpx

ନିର୍ବାଚନ ନେଇ ସର୍ବଦଳୀୟ ବୈଠକ: ୧୦୭ ପୌର ପରିଷଦ ଅଧ୍ୟକ୍ଷ ଓ ୩ଟି ମେୟର୍ ପଦ ପାଇଁ ହେବ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନକୁ ନେଇ ମାହୋଲ ସରଗରମ ରହିଛି । ଚଳିତ ଥର ୧୧୦ ପୌରାଞ୍ଚଳରେ ନିର୍ବାଚନ ହେବ । ୧୦୭ ପୌର ପରିଷଦ ଅଧ୍ୟକ୍ଷ ଓ ୩ଟି ମେୟର୍ ପଦ ପାଇଁ ହେବ ନିର୍ବାଚନ । ପ୍ରଥମ ଥର ପାଇଁ ଅଧ୍ୟକ୍ଷ ଓ ମେୟର୍ ନିର୍ବାଚନ ପ୍ରତ୍ୟକ୍ଷ ଭାବରେ ହେବାକୁ ଯାଉଛି । ସେପଟେ ଇଭିଏମ୍ ମାଧ୍ୟମରେ ପୌର ନିର୍ବାଚନ ହେବା ନେଇ କୁହାଯାଇଛି । ଗୋଟିଏ ବୁଥ୍ ରେ ୨ଟି ଲେଖାଏଁ ଇଭିଏମ୍ ରଖାଯିବ ।

ଏତଦବ୍ୟତୀତ ନିର୍ବାଚନ କମିଶନ କହିଛନ୍ତି ଯେ, ଗୋଟିଏ ଇଭିଏମ୍ କାଉନସିଲର୍/କର୍ପୋରେଟର୍ ଙ୍କୁ ଭୋଟ୍ ପାଇଁ ଉଦ୍ଦିଷ୍ଟ ରହିବ । ଅନ୍ୟ ଇଭିଏମଟି ପୌରାଧ୍ୟକ୍ଷ/ମେୟର୍ ଙ୍କୁ ଭୋଟ୍ ଦେବାକୁ ଉଦ୍ଦିଷ୍ଟ୍ ରହିବ । ପ୍ରାର୍ଥୀମାନେ ସତ୍ୟପାଠ ଓ ଶପଥପତ୍ର ନଦେଲେ ପ୍ରାର୍ଥୀପତ୍ର ନାକଚ ହେବ । ଏନେଇ ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପୌର ନିର୍ବାଚନ ନେଇ ରାଜନୈତିକ ଦଳର ନେତାଙ୍କ ସହିତ ଆଲୋଚନା ହୋଇଛି । ତେବେ ମତଦାନ ସମୟ ନେଇ କେହି କିଛି ପ୍ରସ୍ତାବ ଦେଇନାହାନ୍ତି ।

 

Get real time updates directly on you device, subscribe now.