fbpx

ରାଜ୍ୟରେ କରୋନା ମୁକାବିଲା ନେଇ ଆଜି ବସିବ ସର୍ବଦଳୀୟ ବୈଠକ

Advertisement

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । କରୋନା ମୁକାବିଲଶ ନେଇ ଆଜି ରାଜ୍ୟୃରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଅପରାହ୍ନ ୫ଟା ୩୦ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ସର୍ବଦଳୀୟ ବୈଠକରେ ମନ୍ତ୍ରୀ, ବିଧାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ଯୋଗଦେବେ ।

 

ତେବେ କଂଗ୍ରେସ ନେତା ନରସିଂହ ମିଶ୍ର ସର୍ବଦଳୀୟ ବୈଠକ ପାଇଁ ଦାବି କରିଥିଲେ । ମହାମାରୀ ନିୟନ୍ତ୍ରଣ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଅବଗତ କରାଇବେ। ଅନ୍ୟପଟେ ସର୍ବଦଳୀୟ ବୈଠକକୁ ନେଇ ବିରୋଧୀ ଭିନ୍ନ ମତ ପୋଷଣ କରିଛନ୍ତି। ବୈଠକରେ ଲକ୍‌-ଡାଉନ୍‌ ଓ ସଟ୍‌-ଡାଉନ୍‌ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯିବ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି।

Get real time updates directly on you device, subscribe now.