ବ୍ଲାକ୍ ଆଉଟ୍ ବେଳେ ଅନ୍ଧାରରେ ବାହାଘର, ଭାଇରାଲ ହେଉଛି ଭିଡ଼ିଓ

ଅପରେସନ ସିନ୍ଦୂରକୁ ସମ୍ମାନ। ଦେଶ ପ୍ରଥମେ ବାହାଘର ପରେ।

ରାଜସ୍ଥାନ:  ଅନ୍ଧାରରେ ବାହାଘର। ଏକଥା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛିନା। କିନ୍ତୁ ଏହି ବାହାଘର ଟି ସମ୍ପୂର୍ଣ୍ଣ ନିଆରା। ବୋଧ ହୁଏ ଆଜି ଯାଏଁ ଏମିତି ବାହାଘର କେହି କେବେ ଦେଖି ନଥିବେ। ହେଲେ ସେ ଯାହା ହେଉନା କାହିଁକି, ଦେଶ ପ୍ରଥମ। ତାପରେ ବାହାଘର।

ହଁ ଏବେ ଚର୍ଚ୍ଚାରେ ବ୍ଲାକ୍ ଆଉଟ୍ ବାହାଘର। ଯେହେତୁ ଏବେ ଦେଶରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି, ତେଣୁ ବିଭିନ୍ନ ସ୍ଥାନରେ ବ୍ଲାକ୍ ଆଉଟ୍ କରାଯାଉଛି। ଠିକ୍ ସେହିପରି ଜଗତକାଲି ରାଜସ୍ଥାନରେ ଶତ୍ରୁ ଦେଶ ଆକ୍ରମଣ କାରଣରୁ ବ୍ଲାକ୍ ଆଉଟ୍ କରାଯାଇଥିଲା। ହେଲେ ସେହି ଅନ୍ଧାରରେ ବାହା ହୋଇ ଚର୍ଚ୍ଚାରେ ରହିଛନ୍ତି ନବ ଦମ୍ପତ୍ତି।

ଚର୍ଚ୍ଚାରେ ବାହାଘର:  ଯେତେବେଳେ ଦେଶରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି ଆଉ ଯେତେବେଳେ ସାରା ଦେଶ ଓ ଆମ ସେନା ସଜାଗ ରହି ପାକିସ୍ତାନ ଆକ୍ରମଣର କଡା ଜବାବ ଦେଉଛନ୍ତି ଠିକ୍ ସେତେବେଳେ ଦେଶର ନିଷ୍ପତ୍ତି ସହ ଏବଂ ସେନା ସହ ଛିଡା ହେବା ପ୍ରତିଟି ଭାରତୀୟଙ୍କ କର୍ତ୍ତବ୍ୟ।

ଯାହାକୁ ପୂର୍ଣ୍ଣମାତ୍ରାରେ ପାଳନ କରିଛନ୍ତି ବିବାହ ପାଇଁ ବେଦୀରେ ବସିଥିବା ଜଣେ ବର। ଏବେ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଛି ପାକିସ୍ତାନ। ସେହିପରି ଗତକାଲି ରାଜସ୍ଥାନ ଯୋଧପୁରରେ ଏକ ବାହାଘର ଚାଲିଥିଲା।

ଏହି ସମୟରେ ବ୍ଲାକ୍ ଆଉଟ୍ ପାଇଁ ନିର୍ଦ୍ଦେଶ ଆସିଥିଲା। ଶତ୍ରୁ ଦେଶ ଆକ୍ରମଣ କରିବାର ଆଶଙ୍କା ଥିବାରୁ ରାଜସ୍ଥାନ ବ୍ଲାକ୍ ଆଉଟ୍ ହୋଇଥିଲା। ହେଲେ ସେତିକି ବେଳେ ବେଦୀରେ ବସିଥିଲେ ବର କନିଆଁ।

ବ୍ଲାକ୍ ଆଉଟ୍ ବାହାଘର: ଦେଶର ସୁରକ୍ଷା ଏବଂ ପାକିସ୍ତାନୀ ସେନାର ଆକ୍ରମଣରୁ ଜନଜୀବନ ରକ୍ଷା ପାଇଁ ବ୍ଲାକ୍ ଆଉଟ୍ ପାଇଁ ପୂର୍ବରୁ ନିର୍ଦ୍ଦେଶ ଥିବାରୁ ବିବାହ ସମୟରେ ହିଁ ବ୍ଲାକ୍ ଆଉଟ୍ କରାଯାଇଥିଲା।

ଆଉ ଦେଶର ସୁରକ୍ଷା କଥା ଚିନ୍ତା କରି ଏବଂ ଏହି ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଅନ୍ଧାରରେ ବିବାହ କରିଥିଲେ ବର। ଅନ୍ଧାରରେ କନିଆଁ ମଥାରେ ସିନ୍ଦୂର ପିନ୍ଧାଇ ଥିଲେ। ଏବଂ ସାତ ଫେରା ନେଇ ସାତ ଜନ୍ମର ସାଥୀ ହୋଇଥିଲେ।

ବରଙ୍କୁ ପ୍ରଶଂସା: ତେବେ ଏହି ଘଟଣା ଏବେ ସବୁଠି ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ବ୍ଲାକ ଆଉଟ୍ ବେଳେ ବାହାଘରର ଭିଡିଓ ସୋସିଆଲ ମିଡିଆରେ ଜୋର୍ ଭାଇରାଲ ହେଉଥିବା ବେଳେ ବରଙ୍କୁ ସବୁଆଡୁ ପ୍ରଶଂସା କରାଯାଇଛି ।