fbpx

ସ୍ୱାମୀକୁ ଛାଡ଼ି ଅନ୍ୟ ପୁରୁଷ ସହ ଲିଭ୍-ଇନରେ ରହୁଥିଲେ, ମହିଳାଙ୍କୁ ଜୋରିମାନା ଲଗାଇଲେ କୋର୍ଟ

ଆହ୍ଲାବାଦ୍: ସ୍ୱାମୀକୁ ଛାଡି ଅନ୍ୟ ପୁରୁଷ ସହିତ ଲିଭ୍-ଇନ୍ ରେ ରହୁଥିବା ମହିଳାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛି ଆହ୍ଲାବାଦ୍ ହାଇକୋର୍ଟ । ଉଚ୍ଚ-ନ୍ୟାୟାଳୟ ପକ୍ଷରୁ ଏହି ସମ୍ପର୍କିତ ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି ଯେ, ନିଜ ସ୍ୱାମୀକୁ ଛାଡି ଯେଉଁ ମହିଳା ଆଉ ଏକ ପୁରୁଷ ସହିତ ଲିଭ୍-ଇନ୍ ରେ ଯାଇ ରହୁଛି ସେମାନଙ୍କୁ କୋର୍ଟ ପକ୍ଷରୁ ସୁରକ୍ଷା ଦିଆଯିବ ନାହିଁ । କାରଣ ଏହା ହିନ୍ଦୁ ନିୟମର ବିରୋଧରେ ରହିଛି । ତେବେ ହାଇକୋର୍ଟରେ ଜଣେ ମହିଳା ତାଙ୍କ ସ୍ୱାମୀକୁ ଛାଡ଼ି ପ୍ରେମିକଙ୍କ ସହିତ ରହୁଥିଲେ । ଆଉ କୋର୍ଟରେ ଆବେଦନ କରିଥିଲେ ଯେ, ସ୍ୱାମୀଙ୍କ ପରିବାର ତରଫରୁ ତାଙ୍କ ପ୍ରତି ବିପଦ ରହିଛି । ଏଥିସହ ଉକ୍ତ ମହିଳା ଜଣକ କହିଥିଲେ ଯେ ତାଙ୍କ ସ୍ୱାମୀ ଯେପରି ତାଙ୍କ ଜୀବନରେ ଦଖଲ ନ ଦିଅନ୍ତୁ । ହେଲେ କୋର୍ଟ ମହିଳାଙ୍କର ଏହି ପ୍ରକାରର ଆବେଦନକୁ ଖାରଜ କରିବା ସହିତ ଓଲଟି ୫୦୦୦ଟଙ୍କାର ଜୋରିମାନା କରିଛନ୍ତି ।

ଏନେଇ କୋର୍ଟ ପକ୍ଷରୁ କୁହାଯାଇଥିଲା ଯେ, ସମାଜରେ ଅବୈଧକୁ ଅନୁମତି ଦେଉଥିବା ଏପରି ଆବେଦନକୁ କିପରି ସ୍ୱୀକୃତି ଦେବୁ । ତେବେ ଏହି ଆବେଦନକୁ ଖାରଜ କରି ଜଷ୍ଟିସ୍ କୌଶଲ ଜୟେନ୍ଦ୍ର ଠାକୁର ଏବଂ ଜଷ୍ଟିସ୍ ଦୀନେଶ ପାଠକଙ୍କ ଦୁଇଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଆମେ କିପରି ସୁରକ୍ଷା ଦେଇପାରିବୁ ଯାହା ହିନ୍ଦୁ ବିବାହ ଆଇନର ବିରୋଧରେ ଯାଉଛି ? ଭାରତ ସମ୍ବିଧାନର ଧାରା ୨୧ ଅଧୀନରେ ଜଣେ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ରତା ଦିଆଯାଇପାରିବ । ହେଲେ ସ୍ୱତନ୍ତ୍ରତା ଦେବାପାଇଁ ପ୍ରଯୁଜ୍ୟ ଆଇନ ରହିଥିବା ଦରକାର ।

ଅଦାଲତ ପକ୍ଷରୁ କୁହାଯାଇଛି ଯେ, ମହିଳା ଜଣକ ବିବାହିତା ହୋଇଥିବା ବେଳେ କୋର୍ଟରେ ସେ ଅନ୍ୟଜଣେ ପୁରୁଷଙ୍କ ସହିତ ରହିବାକୁ ଆବେଦନ କରିଛନ୍ତି । ତେବେ, “ସେ ଯେ କୌଣସି କାରଣରୁ ନିଜ ସ୍ୱାମୀଠାରୁ ଅଲଗା ହେବାକୁ ଚେଷ୍ଟା କରୁଥିଲେ ସୁଦ୍ଧା କଣ ଆମେ ତାଙ୍କୁ ସ୍ୱତନ୍ତ୍ରତା ଦେବାକୁ ଯାଇ ସ୍ୱାମୀକୁ ଛାଡି ଅନ୍ୟ ଏକ ବ୍ୟକ୍ତିଙ୍କ ଲିଭ୍-ଇନ୍ ରେ ରହିବାକୁ ଛାଡି ଦେଇପାରିବା ?” ବୋଲି ପ୍ରଶ୍ନ କୋର୍ଟ ପ୍ରଶ୍ନ କରିଛନ୍ତି ।

 

Get real time updates directly on you device, subscribe now.