fbpx

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ସହରରେ ଲାଗୁ ହେଲା ଲକ୍ ଡାଉନ

ୟୁପି, ୧୯ ।୪ (ଓଡିଶା ଭାସ୍କର)  : କରୋନା ମହାମାରୀ ମହାମାରୀର ପ୍ରକୋପକୁ ଆଖି ଆଗରେ ରଖି ୟୁପି ସରକାର ରାଜ୍ୟର ୫ ଜିଲ୍ଳାରେ ଲକଡାଉନ୍ ଘୋଷଣା କରିଛନ୍ତି । ଆଲ୍ଲାହାବାଦ୍ ହାଇକୋର୍ଟ ଆଜି ୟୁପିର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ୫ ସହର; କାନପୁର, ପ୍ରୟାଗରାଜ, ବାରଣୀସୀ, ଲକ୍ଷ୍ନୌ ଏବଂ ଗୋରଖପୁରରେ ୨୬ ଏପ୍ରିଲ୍ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । କୋର୍ଟଙ୍କ ତରଫରୁ ଦିଆଯାଇଥିବା ଏହି ନିର୍ଦ୍ଦେଶ ଆଜି ରାତି ଠାରୁ ଲାଗୁ ହେବ । ଏହି ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ସବୁ କାର୍ଯ୍ୟକଳାପ ବନ୍ଦ ରହିବ । ଦୋକାନ, ଅଫିସ୍, ହୋଟେଲ୍, ସାର୍ବଜନୀକ ସ୍ଥଳ ଖୋଲିବ ନାହିଁ । ଏଥିସହିତ ଧାର୍ମିକ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ ।

କାନପୁର, ପ୍ରୟାଗରାଜ, ବାରଣୀସୀ, ଲକ୍ଷ୍ନୌ ଏବଂ ଗୋରଖପୁରରେ ୨୬ ଏପ୍ରିଲ୍ ପର୍ଯ୍ୟନ୍ତ ମଲ୍, ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିବା ସହିତ ଗ୍ରୋସରୀ ଦୋକାନ ମାନଙ୍କରେ କେବଳ ୩ ଜଣ କର୍ମଚାରୀ କାମ କରିପାରିବେ । ତାଠାରୁ ଅଧିକ ରହିପାରିବେ ନାହିଁ । ଏହି ୫ ସହରରେ ବିବାହ କାର୍ଯ୍ୟ ପାଇଁ ଜିଲ୍ଲାଧିକାରୀଙ୍କ ଠାରୁ ଅନୁମତି ନେବାକୁ ପଡିବ । ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଏହି ସମୟରେ ବନ୍ଦ ରହିବ । ଖାଲି ସେତିକି ନୁହେଁ ପନିପରିବା, ଫଳ ବେପାରୀ, କ୍ଷୀରବାଲା ଆଦିଙ୍କୁ ଦିନ ୧୧ ପର୍ଯ୍ୟନ୍ତ ରହିବାକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.