fbpx

ଖରାପ କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିଥାଏ ଆଲୋଭେରା, ଜାଣନ୍ତୁ କିପରି କରିବେ ବ୍ୟବହାର ?

ଆଜିକାଲି ଦେଶରେ ହାର୍ଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । କେବଳ ବୃଦ୍ଧ ଲୋକ ନୁହଁନ୍ତି ବରଂ ବର୍ତ୍ତମାନ ଯୁବକମାନେ ମଧ୍ୟ ହାର୍ଟରୋଗର ଶିକାର ହେଉଛନ୍ତି । ତେବେ ହାର୍ଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାର ସବୁଠାରୁ ବଡ କାରଣ ହେଉଛି ଶରୀରରେ ଖରାପ କୋଲେଷ୍ଟ୍ରଲ୍‌ ବୃଦ୍ଧି ହେବା । ଏପରି ପରିସ୍ଥିତିରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ, ଆପଣ ନିଜ ଲାଇଫ୍‌ ଷ୍ଟାଇଲ୍‌ ବଦଳାଇବା ସହ ଏକ୍ସରସାଇଜ୍‌ ମଧ୍ୟ କରିବା ଉଚିତ ।

ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ହାଇ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ଆଲୋଭେରା ବ୍ୟବହାର କରିପାରିବେ । ହାଇ କୋଲେଷ୍ଟ୍ରଲ କମ୍‌ କରିବାରେ ଆଲୋଭେରା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏହି ରୋଗରେ ଆଲୋଭେରା ହାଇ ଫାଇବର ଭଳି କାମ କରେ । ଏଥିପାଇଁ ହାର୍ଟ ରୋଗୀମାନେ ନିଜ ଡାଏଟ୍‌ରେ ଆଲୋଭେରା ସାମିଲ କରିବା ଉଚିତ ।

ହାଇ କୋଲେଷ୍ଟ୍ରଲରେ ଆଲୋଭେରାର ଉପକାର :
ହାଇ କୋଲେଷ୍ଟ୍ରଲରେ ଆଲୋଭେରା ଅତ୍ୟନ୍ତ ପ୍ରଭାବଶାଳୀ । ଏହା କେବଳ ଶରୀରରୁ ଖରାପ କୋଲେଷ୍ଟ୍ରଲକୁ ଦୂର କରେ ନାହିଁ ବରଂ ଶରୀରରୁ ସେହି ଜିନିଷଗୁଡ଼ିକୁ ମଧ୍ୟ ବାହାର କରିଥାଏ ଯାହା ଖରାପ କୋଲେଷ୍ଟ୍ରଲର ଲେବଲକୁ ବଢାଇଥାଏ । ତେବେ ଆଲୋଭେରା ଜେଲ୍ କୋଲେଷ୍ଟ୍ରୋଲ୍ ଏବଂ ଟ୍ରାଇଗ୍ଲାଇସରାଇଡ୍ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଆଲୋଭେରା ପତ୍ରର ରସ ସେବନ ଦ୍ୱାରା ସେରମ୍ କୋଲେଷ୍ଟ୍ରୋଲ୍ ମଧ୍ୟ କମ୍‌ ହୋଇପାରେ । ଆଲୋଭେରାରେ ଥିବା ଆମା ଗୁଣ ହାଇ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହା ରକ୍ତ ନଳୀରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରି ଅବରୋଧର ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ଆଲୋଭେରା ଖରାପ କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିଥାଏ ଏବଂ ଧମନୀ ଅବରୋଧକୁ ରୋକିଥାଏ । ଆଲୋଭେରାରେ ଥିବା ଭଲ ଉପାଦନଗୁଡିକ କୋଲେଷ୍ଟ୍ରଲ ଲେବଲକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଆଲୋଭେରା ଜେଲ୍ ସେରମ୍ କୋଲେଷ୍ଟ୍ରୋଲ୍ କମ୍‌ କରିବାରେ ସାହାଯ୍ୟ କରିଥାଏ । ଏହା ଧମନୀ ଅବରୋଧ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ଆଲୋଭେରା କିପରି ଖାଇବେ ?
ଖାଲି ପେଟରେ ପ୍ରତିଦିନ ଆଲୋଭେରା ରସ ପିଅନ୍ତୁ । ଏଥିପାଇଁ ପ୍ରାୟ ୨ ରୁ ୩ ଚାମଚ ଆଲୋଭେରା ରସ ନିଅନ୍ତୁ ଏବଂ ସେଥିରେ ସମାନ ପରିମାଣର ପାଣି ମିଶାନ୍ତୁ । ସକାଳେ ଏହାକୁ ଖାଲି ପେଟରେ ପିଅନ୍ତୁ । ତେବେ ଅଧିକ ଲାଭ ପାଇଁ, ଏହାକୁ ୨ ରୁ ୩ ମାସ ପାଇଁ ଖାଆନ୍ତୁ । ଏହା ବ୍ୟତୀତ, ଆପଣ ଆଲୋଭେରାରେ ଚଟଣି, ସ୍ମୁଦି ମଧ୍ୟ ତିଆରି କରି ଖାଇପାରିବେ । ଏହିପରି ଆଲୋଭେରା ପ୍ରତିଦିନ ଖାଇବା ଦ୍ୱାରା ସୁଗର ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହେବାରେ ସାହାଯ୍ୟ କରିଥାଏ । ତେବେ ଏପରି ଭାବେ ଆପଣ ପ୍ରତିଦିନ ଆଲୋଭେରା ରସ ପିଇବା ଦ୍ୱାରା ହାର୍ଟ ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ ।

Get real time updates directly on you device, subscribe now.