ବାପା ମୁସଲୀମ, ମା’ ହିନ୍ଦୁ ବ୍ରାହ୍ମଣ, ହେଲେ ପୁଅ ମାନନ୍ତିନି କୌଣସି ଧର୍ମ

ବିଗ୍‌ବସ୍ ହାଉସରେ ଜଣେ ଷ୍ଟ୍ରଙ୍ଗ ପ୍ରତିଯୋଗୀ

ମୁମ୍ବାଇ: ଅମଲ ମଲ୍ଲିକ୍‌ଙ୍କୁ ଏବେ ବିଗ୍‌ବସ୍‌ର ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିଛି। ହେଲେ ସେ କେଉଁ ଧର୍ମକୁ ମାନନ୍ତି ଶୋ’ରେ ଏନେଇ କହିଛନ୍ତି। ସିଙ୍ଗର ଅମଲ ମଲ୍ଲିକ ତାଙ୍କ ଗୀତରେ ଦର୍ଶକଙ୍କୁ ତ ଦିୱାନା କରନ୍ତି ହେଲେ ସେ ଏବେ ବିଗ୍‌ବସ୍ ହାଉସରେ ଜଣେ ଷ୍ଟ୍ରଙ୍ଗ ପ୍ରତିଯୋଗୀ।

ଶୋ’ରେ ସେ କହିଛନ୍ତି ତାଙ୍କ ବାପା ମୁସଲୀମ ହୋଇଥିବା ବେଳେ ତାଙ୍କ ମା’ ହିନ୍ଦୁ ବ୍ରାହ୍ମଣ ପରିବାର। ହେଲେ ମୁଁ କୌଣସି ଧର୍ମ ମାନେନି। ଯେତେବେଳେ ମନ ଦୁଃଖ ହଏ ଏକା ଲାଗେ ମୁଁ ବାନ୍ଦ୍ରାର ମାଉଣ୍ଟ ମେରୀ ଚର୍ଚ୍ଚ ଯାଏ।

ଅମଲ କହିଛନ୍ତି ସେ ବହୁ ଆଧ୍ୟାତ୍ମିକ ଏବଂ ଭଗବାନଙ୍କୁ ମାନୁଥିବା ବ୍ୟକ୍ତି। ହେଲେ ମୁଁ ଭଗବାନଙ୍କୁ ଡ଼ରନ୍ତିନି। ତାଙ୍କ ବହିବା ଅନୁସାରେ ଦୁନିଆରେ ପଜିଟିଭ ଭାଇବସ୍ ଅଛି।

ଯାହା ଅମକୁ ଭଲ କାମ କରିବାର ମାର୍ଗ ଦେଖାଏ। ଭଲ କାମ କରିବାକୁ ଉତ୍ସାହ ଦିଏ। ସେଥିପାଇଁ ମୁଁ କୌଣସି ଧର୍ମରେ ବନ୍ଧା ନୁହେଁ। ଯାହା ପାଇଁ ମୁଁ କୌଣସି ଧର୍ମକୁ ଫଲୋ କରେନି।

ଅମଲଙ୍କ ବାପାଙ୍କ ନାଁ ଡବୁ ମଲ୍ଲିକ। ତାଙ୍କ ପୁରା ନାଁ ଇସରାର ସରଦାର ଡବୁ ମଲ୍ଲିକ। ଅମଲଙ୍କ ମା’ଙ୍କ ନାଁ ଜ୍ୟୋତି ମଲ୍ଲିକ। ତାଙ୍କ ଭାଇଙ୍କ ନାଁ ଅମ୍ଲାନ ମଲ୍ଲିକ ମଧ୍ୟ ଜଣେ ଭଲ ସିଙ୍ଗର।

ଏବେ ଅମଲ ବିଗବସ ହାଉସରେ ପ୍ରତିଯୋଗୀ ଅଛନ୍ତି। ତାଙ୍କ ଫ୍ୟାନ୍ସ ଫଲୋଇଙ୍ଗ ମଧ୍ୟ ଭଲ।