fbpx

ଅମରନାଥ ଯାତ୍ରାରେ ଫୁଡ୍ ମେନ୍ୟୁ ଜାରି, ଜାଣି ନିଅନ୍ତୁ କ’ଣ ଖାଇବେ କ’ଣ ନ ଖାଇବେ

ନୂଆଦିଲ୍ଲୀ:ଚଳିତ ବର୍ଷ ଜୁଲାଇରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ତେବେ ଆପଣ ବି ଏହି ଯାତ୍ରାରେ ବାହାରିଥିଲେ ଏହା ପୂର୍ବରୁ ଏକ ବିଶେଷ ଖବର ଜାଣିନେବା ଉଚିତ । ଆପଣ ଏହି ତୀର୍ଥ ଯାତ୍ରାରେ ଯାଉଥିଲେ କଣ ଖାଇବେ ଓ ନ ଖାଇବେ ସେ ସଂପର୍କରେ ଏକ ତଥ୍ୟ ସାମ୍ନାକୁ ଆସିଛି । ଏହି ଯାତ୍ରା ସମୟରେ ଆପଣ କୋଲ୍ଡ ଡ୍ରିଙ୍କ, କୁରକୁରେ, ସ୍ନାକ୍ସ, ଡିପ୍ ଫ୍ରାଏ ଓ ଫାଷ୍ଟ ଫୁଡ୍ ଜିନିଷ , ଜିଲାପି ଓ ହାଲୁଆ ପରି ଭାରି ମିଠା କିମ୍ବା ପୁରି ଓ ଚଣା ମସଲା ଖାଇପାରିବେ ନାହିଁ ।
ଶ୍ରୀ ଅମରନାଥ ଜୀ ଶ୍ରାଇନ୍ ବୋର୍ଡ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ତେବେ ଏହି ସମ୍ବନ୍ଧରେ ବୋର୍ଡ ପକ୍ଷରୁ କୁହାଯାଉଛି କଠିନ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ଲାଗି ଏପରି ଖାଦ୍ୟ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ତେଣୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହିସବୁ ଖାଦ୍ୟ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି ।

ଯାତ୍ରୀଙ୍କ ଲାଗି ଏକ ସ୍ୱତନ୍ତ୍ର ଭୋଜନ ମେନ୍ୟୁ ତିଆରି କରାଯାଇଛି । ଏହି ନିୟମ ତୀର୍ଥଯାତ୍ରୀ ଓ ସେବା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଭୋଜନ ପରଷୁ ଥିବା ଓ ବିକ୍ରୀ କରୁଥିବା ବିଭିନ୍ନ ଲଙ୍ଗର ସଂଗଠନ, ଫୁଡ୍ ଷ୍ଟଲ ଓ ଅନ୍ୟ ପ୍ରତିଷ୍ଠାନ ଉପରେ ଲାଗୁ ହେବ । ଦୀର୍ଘ ୧୪ କିଲୋମିଟର ବିଶିଷ୍ଟ ଆହ୍ୱାନମୂଳକ ଟ୍ରାକ୍ରେ ତୀର୍ଥଯାତ୍ରୀଙ୍କୁ ଅସ୍ୱାସ୍ଥ୍ୟକର ଖାଦ୍ୟପଦାର୍ଥରୁ ଦୂରେଇ ରଖିବା ଲାଗି ଏହି ପଦକ୍ଷେପ ନିଆଯାଇଛି ।

୨୦୨୨ରେ ଅମରନାଥ ଯାତ୍ରା ସମୟରେ ପ୍ରାକୃତିକ କାରଣରୁ ୪୨ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସରକାର ସ୍ୱାସ୍ଥ୍ୟ ପ୍ରମ।।ଣପତ୍ରର ଅନିବାର୍ଯ୍ୟ ଆବଶ୍ୟକତା ଉପରେ ଜୋର ଦେଇଥିଲେ । ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ରଖିବା ଲାଗି ଯାତ୍ରା ମାର୍ଗରେ ବିଭିନ୍ନ ସ୍ଥାନରେ ଅକ୍ସିଜେନ୍ ବୁଥ୍, ମିନି ଚିକିତ୍ସାଳୟ ନିର୍ମାଣ ପରି ପଦକ୍ଷେପ ନେଇଥିଲେ । ଗତ ବର୍ଷରୁ ଯାତ୍ରୀଙ୍କ ସୁରକ୍ଷା ଲାଗି ଆରଏଫ୍ଆଇଡି ଟ୍ୟାଗର ମଧ୍ୟ ଉପଯୋଗ କରାଯାଉଛି । ଏହି କ୍ରମରେ ତୀର୍ଥଯାତ୍ରୀଙ୍କୁ ଫିଟ୍ ରଖିବା ଲାଗି ଉପଯୁକ୍ତ ଭୋଜନ ସୁନିଶ୍ଚିତ କରିବା ଦିଗରେ ଏହି ପଦକ୍ଷେପ ନିଆଯାଇଛି ।

୨୦୨୩ ଫୁଡ୍ ମେନ୍ୟୁରେ ମାଂସାହାରୀ ଖାଦ୍ୟପେୟ, ନିଶାଦ୍ରବ୍ୟ, ପାନ ମସଲା, ଧୁମପାନ ଓ କେତେକ ଡ୍ରଗ୍ସ ଉପରେ ପ୍ରତିବନ୍ଧ ଲଗାଯାଇଛି । କୋଲ୍ଡ ଡ୍ରିଙ୍କସ ଉପରେ ବି ପ୍ରତିବନ୍ଧ ଲାଗିଛି । ଅନ୍ୟପକ୍ଷରେ ତୀର୍ଥଯାତ୍ରୀଙ୍କୁ ହର୍ବାଲ ଟି, କଫି, ଫଳ ରସ, ସର ନ ଥିବା କ୍ଷୀର,ଲେମ୍ବୁ ସର୍ବତ, ଭେଜିଟେବୁଲ ସୁପ୍ ପିଇବାକୁ ଅନୁମତି ଦିଆଯାଇଛି । ହେଭି ପଲାଉ, ଫ୍ରାଏଡ୍ ରାଇସ୍ ଉପରେ ପ୍ରତିବନ୍ଧ ଲାଗିଛି । କିନ୍ତୁ ଅଳ୍ପ ଭାତ, ଡାଲି, ଉପମା, ଇଡଲୀ, ରୁଟି, ଚକୋଲେଟ୍ ଇତ୍ୟାଦି ତୀର୍ଥଯାତ୍ରୀ ଖାଇପାରିବେ । ଅନ୍ୟପକ୍ଷରେ ଫାଷ୍ଟଫୁଡ୍ ଖାଇବାକୁ ବାରଣ କରାଯାଇଛି । ବହୁ ପ୍ରକାର ମିଠା ଖାଦ୍ୟ ଯେପରିକି ଜିଲାପି, ହାଲୁଆ, ଗୋଲାପ ଜାମୁ, ଲଡୁ, ରସଗୋଲା, ବର୍ଫି ଇତ୍ୟାଦି ଖାଦ୍ୟପଦାର୍ଥ ଉପରେ ମଧ୍ୟ ପ୍ରତିବନ୍ଧ ଲଗାଯାଇଛି ।

Get real time updates directly on you device, subscribe now.