fbpx

କେନ୍ଦ୍ର ସରକାର ନିଯୁକ୍ତି: ବଢ଼ିଆ ଦରମା, ଭୁବନେଶ୍ୱରରେ ରହିଛି ପରୀକ୍ଷା ସେଣ୍ଟର

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ବଡ଼ ଖବର । ନ୍ୟାସନାଲ ହାଇଡ୍ରୋକ୍ଲୋରିକ ପାୱାର କର୍ପୋରେସନ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଜୁନିୟର ଇଞ୍ଜିନିୟର, ସୁପରଭାଇଜର, ସିନିୟର ଆକାଉଣ୍ଟାଣ୍ଟ, ହିନ୍ଦି ଅନୁବାଦକ, ଡ୍ରାଫ୍ଟସମ୍ୟାନ ଆଦି ୧୦ ପ୍ରକାରର ଚାକିରିରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଜୁନ ମାସ ୯ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୩୦ ତାରିଖ ମଧ୍ୟରେ ସମାପ୍ତ ହେବ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ଚଳିତ ବର୍ଷ ଜୁନ ମାସ ୩୦ ତାରିଖ ସୁଦ୍ଧା ସର୍ବାଧିକ ୩୦ ବର୍ଷ ହେବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୨୯୫ ଟଙ୍କା ରହିଛି । ଅନ୍ୟପକ୍ଷରେ ଏସସି / ଏସଟି/ ପିଡବ୍ଲ୍ୟୁବିଡି / ଏକ୍ସ-ସର୍ଭିସମେନଙ୍କ ପାଇଁ ଏହା ଛାଡ଼ କରାଯାଇଛି ।

ପରୀକ୍ଷା ଅନଲାଇନ୍ ମୋଡ଼ରେ କରାଯିବ । ଅହମ୍ମଦାବାଦ, ବେଙ୍ଗାଲୁରୁ, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଡେରାଡୁନ, ଦିଲ୍ଲୀ, ଗାଙ୍ଗଟକ, ଗୁଆହାଟୀ, ହାଇଦ୍ରାବାଦ, ଇଟାନଗର, ଜୟପୁର, ଜମ୍ମୁ, କୋଲକତା, ଲକ୍ଷ୍ନୌ, ମୁମ୍ବାଇ ଓ ରାଞ୍ଚି ପରି ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆୟୋଜିତ ହେବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 09.06.2023

ନୋଟିଫିକେସନ ଲିଙ୍କ: https://www.nhpcindia.com/assests/pzi_public/pdf_link/648056e26e9b3.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.nhpcindia.com/

Get real time updates directly on you device, subscribe now.