fbpx

ଆସନ୍ତା ୨୫ରୁ ଆରମ୍ଭ ହେବ Amazonର Black Friday & Cyber Monday ସେଲ୍

Advertisement

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ ପକ୍ଷରୁ ବ୍ଲକ ଫ୍ରାଇଡେ ଓ ସାଇବର ମଣ୍ଡେ (ବିଏଫସିଏମ) ସେଲ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ୭୦ ହଜାରରୁ ଅଧିକ ରପ୍ତାନୀକାରୀ ସେମାନଙ୍କର ଲକ୍ଷ ଲକ୍ଷ ମେଡ୍ ଇନ୍ ଇଣ୍ଡିଆ ପ୍ରଡକ୍ଟକୁ ଉପସ୍ଥାପନ କରିବେ । ବିଏଫସିଏମ ସେଲ ଆସନ୍ତା ୨୫ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଆମାଜନର ବିଶ୍ୱସ୍ତରର ଗ୍ରାହକ ମାନେ ଭାରତୀୟଙ୍କ ଦ୍ୱାରା ନିର୍ମିତ ରୋଷେଇ, ଖେଳନା, ପରିଧାନ, ସ୍ୱାସ୍ଥ୍ୟ, କାର୍ଯ୍ୟାଳୟ ସମ୍ବନ୍ଧୀୟ ପ୍ରଡକ୍ଟ ସହିତ ବିଭିନ୍ନ ପ୍ରକାର ଫର୍ଣ୍ଣିଚର ସାମଗ୍ରୀ କିଣି ପାରିବେ ।

ଏନେଇ ଆମାଜନ ଇଣ୍ଡିଆର ଗୋବାଲ ବାଣିଜ୍ୟ ନିର୍ଦ୍ଦେଶକ ଅଭିଜିତ କାମରା କହିଛନ୍ତି ଯେ, ବିଏଫସିଏମ ସେଲ ବିଶ୍ୱସ୍ତରର ଛୁଟି ସିଜନରୁ ଆରମ୍ଭ କରାଯିବ । ଏହି ସେଲ ପାର୍ବଣ ଋତୁର ଠିକ୍ ପରେ ପରେ ଆରମ୍ଭ କରାଯାଇଛି । ଚଳିତ ୨୦୨୧ରେ ବିଏଫସିଏମ୍ ସେଲ ଦ୍ୱାରା ଆମାଜନର ସମସ୍ତ ବିକ୍ରେତାଙ୍କ କାରବାର ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.