fbpx

ପ୍ରଦର୍ଶନ କରୁଥିବା ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ପୁରୁଷ ପୋଲିସ କର୍ମୀ: ଦେଖନ୍ତୁ Video

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅମ୍ବେଦକର ନଗରରେ ପୋଲିସକର୍ମୀମାନେ ମହିଳାଙ୍କ ଉପରେ ଜବରଦସ୍ତ ଲାଠିଚାର୍ଜ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ଆମ୍ବେଦକର ପ୍ରତିମା ଉପରେ କାଳି ଲଗାଇବା ଉପରେ ବିବାଦ ହୋଇଥିଲା । ଏହା ବିରୋଧରେ ଯେତେବେଳେ ରବିବାର ଦି ମହିଳାମାନେ ରାସ୍ତାକୁ ଓହ୍ଲାଇଥିଲେ ଓ ବିରୋଧ ପ୍ରଦର୍ଶନ ଜୋରଦାର ହେଲା, ସେବେ ପୋଲିସକର୍ମୀମାନେ ଲାଠିଚାର୍ଜ କରିବା ଆରମ୍ଭ କଲେ । ମହିଳାଙ୍କ ଉପରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ପୁରା ମାମଲା ଆମ୍ବେଦକରନଗର ଜନପଦର ଜଲାଲପୁର କୋତୱାଲି ଅଞ୍ଚଳ ଅନ୍ତର୍ଗତ ୱାଜିଦପୁରରେ ଘଟିଛି । ସେଠାରେ ଡାକ୍ତର ଆମ୍ବେଦକରର ମୂର୍ତ୍ତିରେ କାଳି ଲଗାଯାଇଥିଲା । ଏହାକୁ ନେଇ ରାଗିଯାଇଥିବା ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ପ୍ରଦର୍ଶନରେ ସାମିଲ ହୋଇଥିବା ମହିଳାମାନେ ମହିଳା ପୋଲିସ କର୍ମୀଙ୍କ ସହ ଅସଦାଚରଣ କରିବା ସହ ମାରପିଟ୍ କରିଥିଲେ ।

ଏହା ପରେ ନିଜର ସହଯୋଗୀ ମହିଳା ପୋଲିସକର୍ମୀଙ୍କୁ ବଞ୍ଚାଇବା ପାଇଁ ପୋଲିସକର୍ମୀମାନେ ପ୍ରଦର୍ଶନ କରୁଥିବା ମହିଳାଙ୍କ ଉପରେ ଲାଠିଚାର୍ଜ କରିଥିଲେ । ପୁରୁଷ ପୋଲିସକର୍ମୀମାନେ ନିଜ ମହିଳାସାଥୀଙ୍କୁ ଉପରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ ମହିଳାଙ୍କ ଉପରେ ଜମକର୍ ଲାଠିଚାର୍ଜ କରିଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.