fbpx

୧୦ କିଲୋମିଟର ପାଇଁ ୯ ହଜାର ମାଗି ଫସିଲେ, ଗିରଫ ହେଲେ ଆମ୍ବୁଲାନ୍ସ ଡ୍ରାଇଭର

ନୂଆଦିଲ୍ଲୀ, ୩ା୫: କରୋନାକୁ ନେଇ ଦେଶବାସୀ ବହୁ ପ୍ରତିକୂଳ ପରିସ୍ଥିତି ଦେଇ କରୁଥିବା ବେଳେ ଅନେକ ଲୋକ ଏହି ସମୟରେ ଜନସାଧାରଣଙ୍କୁ ଲୁଟିବାରେ ଲାଗିଛନ୍ତି । ୧୦ କିମି ଦୂର ଜାଗାକୁ ଜଣେ କୋଭିଡ ରୋଗୀଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ୯ ହଜାର ଟଙ୍କା ଦାବି କରିଥିଲେ । ତେବେ ପୋଲିସରେ ଏନେଇ ଅଭିଯୋଗ ହେବା ପରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଆବଶ୍ୟକତାଠାରୁ ଅଧିକ ଅର୍ଥ ମାଗିବା ଅଭିଯୋଗରେ ଡ୍ରାଇଭର ଗିରଫ ହୋଇଥିବା ଦକ୍ଷିଣ-ପୂର୍ବ ଦିଲ୍ଲୀ ପୋଲିସ ସୂଚନା ଦେଇଛି । ସେହିପରି କରୋଗୀ ରୋଗୀଙ୍କ ଚିକିତ୍ସା ଉପକରଣ ୪ ଗୁଣା ଅଧିକ ଦାମରେ ବିକ୍ରି କରିବା ଅଭିଯୋଗରେ ଜଣେ ମେଡିକାଲ ଷ୍ଟୋର ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଛି ।

Get real time updates directly on you device, subscribe now.