fbpx

ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ ହୋଇଛି । ଏହା ଅଧିନରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ମିଳୁଥିବା ସହାୟତା ରାଶିକୁ ବୃଦ୍ଧି କରାଯାଇଛି । ୪୮ ଶହ ଗ୍ରେଡ୍ ପେ’ କର୍ମଚାରୀଙ୍କୁ ୨୦ ହଜାର ଟଙ୍କା ଦେବାକୁ ପଡିବ । ୫,୪୦୦ ଓ ଏହାର ଅଧିକ ଗ୍ରେଡ ପେ’ କର୍ମଚାରୀଙ୍କୁ ୩୦ ହଜାର ଟଙ୍କା ଦେବାକୁ ପଡିବ ।

ତେବେ କର୍ମଚାରୀଙ୍କ ପାଇଁ ଜିଆଇଏସ ଏକ ସାମାଜିକ ସୁରକ୍ଷା ଯୋଜନା । ୪୮ ଶହ ଗ୍ରେଡ ପେ’ କର୍ମଚାରୀଙ୍କ ମୃତ୍ୟୁରେ ପରିବାରକୁ ୪ ଲକ୍ଷ ଟଙ୍କା ମିଳିବ । ଏହା ସହ ୫,୪୦୦ ଓ ଏହାଠାରୁ ଅଧିକ ଗ୍ରେଡ ପେ’ କର୍ମଚାରୀଙ୍କ ମୃତ୍ୟୁରେ ୬ ଲକ୍ଷ ଟଙ୍କା ମିଳିବ ।

Get real time updates directly on you device, subscribe now.