fbpx

ଭାରତକୁ ଆମେରିକାର ୧୨୨ ନିୟୁତ ଡଲାର ସହାୟତା, ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ବିନିଯୋଗ ହେବ ଅର୍ଥ

Advertisement

ନୁଆଦିଲ୍ଲୀ:ଅପରିହାର୍ଯ୍ୟ ରୋଗର ମୁକାବିଲା ଲାଗି ଆମେରିକା ଭାରତକୁ ୧୨୨ ନିୟୁତ ଡଲାର ସହାୟତା କରିଛି ।ଶୀଘ୍ର ବେମାରୀର ବିପଦ ଆକଳନ କରିବା, ମହାମାରୀକୁ ରୋକିବା ଓ ତ୍ୱରିତ ପ୍ରତିକ୍ରିୟା ଲାଗି ଏହି ଅର୍ଥ ଦେଶର ୩ ପ୍ରମୁଖ ଚିକିତ୍ସା ଗବେଷଣା ସଂସ୍ଥା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର), ନ୍ୟାସନାଲ ଇନିଷ୍ଟିଚ୍ୟୁଟ ଅଫ ଭାଇରୋଲଜି (ଏନଆଇଭି) ଓ ନ୍ୟାସନାଲ ଇନିଷ୍ଟେଚ୍ୟୁଟ ଅଫ ଇପିଡେମିୟୋଲଜି (ଏନଆଇଇ) ଙ୍କୁ ପ୍ରଦାନ କରାଯିବ ।

ଏହି ମୋଟ ଅର୍ଥକୁ ୩ ଶୀର୍ଷ ସ୍ୱାସ୍ଥ୍ୟ ଅନୁସନ୍ଧାନ ସଂସ୍ଥା ୫ ବର୍ଷରେ ଖର୍ଚ୍ଚ କରିବେ । ସେଣ୍ଟର ଫର ଡିଜିଜ୍‌ ଏଣ୍ଡ କଣ୍ଟ୍ରୋଲ (ସିଡିସି)ଙ୍କ ଦ୍ୱାରା ବୁଧବାର ହୋଇଥିବା ପାଣ୍ଠି ଘୋଷଣା ଭାରତର ଏପରି ଏକ ପ୍ରଗତିକୁ ଗତି ଦେବ ଯାହା ଦେଶକୁ ସଂକ୍ରମଣ ମୁକ୍ତ ରଖିବା ଲାଗି ଆଇସିଏମଆର ସଂସ୍ଥାନଙ୍କ ଗବେଷଣାକୁ ଉତ୍ସାହିତ କରିବ । ଏହା ଜୁନୋଟିକ ରୋଗର ପ୍ରକୋପ ଓ ସନ୍ଧାନ ସହ ନିରାକରଣ ଦିଗରେ କାର୍ଯ୍ୟ କରିବ ।

Get real time updates directly on you device, subscribe now.