ରାମ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ଗଠନ ପ୍ରକ୍ରିୟା ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟ୍ୱିଟ

ନୂଆଦିଲ୍ଲୀ, ୫ା୨: ରାମ ମନ୍ଦିର ନେଇ ଗଠନ ହୋଇଛି ଟ୍ରଷ୍ଟ ବୋର୍ଡ଼ । ନବଗଠିତ ରାମ ମନ୍ଦିର ଟ୍ରଷ୍ଟରେ ରହିବେ ୧୫ଜଣ ଟ୍ରଷ୍ଟି । ଦଳିତ ସଂପ୍ରଦାୟର ଜଣେ ବ୍ୟକ୍ତି ଟ୍ରଷ୍ଟର ସଦସ୍ୟ ରହିବେ । ଟ୍ରଷ୍ଟ ଗଠନ ପ୍ରକ୍ରିୟା ନେଇ ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ କରିଛନ୍ତି ।
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ ନେଇ ଆଜି ଘୋଷଣା ହୋଇଥିଲା । ଲୋକସଭାରେ ଟ୍ରଷ୍ଟ ଗଠନ ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରଷ୍ଟ ବୋର୍ଡ଼ ଗଠନକୁ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଥିଲା । ଟ୍ରଷ୍ଟର ନାମ ରହିଛି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଟ୍ରଷ୍ଟ ଗଠନ ହେବ । ଏହି ଟ୍ରଷ୍ଟ ଭବ୍ୟ ମନ୍ଦିର ନିର୍ମାଣ ନେଇ ନିଷ୍ପତ୍ତି ନେବ । ଏହାସହ ୬୩.୦୩ ଏକର ଜମି ଟ୍ରଷ୍ଟକୁ ଟ୍ରାନ୍ସଫର କରାଯିବ । ସୁନି ୱାକଫ ବୋର୍ଡ଼କୁ ୫ଏକର ଜମି ଦିଆଯିବ ।