ଅମିତ ଶାହା ଫେକ୍ ଭିଡିଓ ମାମଲାରେ ବଡ ଆକ୍ସନ୍: ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣଙ୍କୁ ନୋଟିସ, ୩ ଜଣ ଗିରଫ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ଏପର୍ଯ୍ୟନ୍ତ ୨୦ ଜଣ ନେତାଙ୍କୁ ନୋଟିସ ଜାରି କରାଯାଇଛି ଏବଂ ତିନି ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଏପ୍ରିଲ ୩୦ ରେ ଅହମ୍ମଦାବାଦରୁ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତା କଂଗ୍ରେସ ବିଧାୟକ ଜିଗ୍ନେଶ ମେୱାନୀଙ୍କ ପିଏ ଏବଂ ଏପ୍ରିଲ ୨୯ ରେ ଆସାମର ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

ଗୁରୁବାର ଦିନ ଦିଲ୍ଲୀ ପୋଲିସ ତିନି ନେତାଙ୍କୁ ନୋଟିସ ଦେଇଛି । ଏଥିରେ ଝାଡଖଣ୍ଡ କଂଗ୍ରେସ ସଭାପତି, ନାଗାଲାଣ୍ଡ କଂଗ୍ରେସ ସଭାପତି ତଥା ୟୁପି ସମାଜବାଦୀ ପାର୍ଟି ନେତା ମନୋଜ କାକା ଅଛନ୍ତି । ତଦନ୍ତରେ ଯୋଗଦେବା ପାଇଁ ତାଙ୍କୁ ମେ ୨ରେ ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ ଅଫିସରେ ହାଜର ହେବାକୁ ପଡିବ ।

ତେବେ ନକଲି ଭିଡିଓ ମାମଲାରେ ଦିଲ୍ଲୀ ପୋଲିସ ଏପ୍ରିଲ ୨୮ ରେ ଏକ ଏଫଆଇଆର ରୁଜୁ କରିଥିଲା । ନୋଟିସ ରସିଦକୁ ନିଶ୍ଚିତ କରି ଝାଡଖଣ୍ଡ କଂଗ୍ରେସ ସଭାପତି ରାଜେଶ ଠାକୁର କହିଛନ୍ତି ଯେ ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ନୋଟିସ ଆସିଛି । ମୋତେ କାହିଁକି ନୋଟିସ୍ ଦିଆଯାଇଛି ମୁଁ ବୁଝିିବାକୁ ସକ୍ଷମ ନୁହେଁ । ଏହା ଅରାଜକତା ଛଡା ଆଉ କିଛି ନୁହେଁ । ଯଦି କୌଣସି ଅଭିଯୋଗ ଥାଏ ତେବେ ସେମାନେ ପ୍ରଥମେ ମୋର ସୋସିଆଲ ମିଡିଆ ଆକାଉଣ୍ଟ ଯାଞ୍ଚ କରିଥାନ୍ତେ ।