fbpx

ଗୁଆହାଟୀରେ ଅମିତ ଶାହାଙ୍କ ବିମାନର ଜରୁରୀ ଅବତରଣ: ଅଗରତାଲା ଯାଉଥିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ବୁଧବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିମାନ ଗୁଆହାଟି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ଅଧିକାରୀ କହିଛନ୍ତି ଯେ, ଅମିତ ଶାହାଙ୍କୁ ଅଗରତାଲା ଯିବାର ଥିଲା, କିନ୍ତୁ ଘନ କୁହୁଡ଼ି ହେତୁ ବିମାନ ଅଗରତାଲା ବିମାନବନ୍ଦରରେ ଅବତରଣ କରିପାରିଲା ନାହିଁ । ଏଟିସି ସୂତ୍ରରୁ ପ୍ରକାଶ ଯେ, ଏହା ପରେ ବିମାନଟି ଗୁଆହାଟି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଇ ସେଠାରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ।

ଶାହା ଆଜି ତ୍ରିପୁରାରେ ବିଜେପିର ‘ରଥ ଯାତ୍ରା’କୁ ସବୁଜ ପତାକା ଦେଖାଇବେ । ଆଜିଠାରୁ ଉତ୍ତର ତ୍ରିପୁରା ଜିଲ୍ଲାର ଧର୍ମନଗରରୁ ଆଠ ଦିନିଆ ଯାତ୍ରା ଆରମ୍ଭ ହେବ । ବିଳମ୍ବିତ ରାତିରେ ଗୁଆହାଟିର ଏଲଜିବି ବିମାନ ବନ୍ଦରରେ ପହଞ୍ଚିବା ପରେ ଅମିତ ଶାହାଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସ୍ୱାଗତ କରିଥିଲେ ।

ସୂଚନା ଅନୁଯାୟୀ, ଅମିତ ଶାହା ଦକ୍ଷିଣ ତ୍ରିପୁରା ଜିଲ୍ଲାର ସାବରୁମରେ ଏକ ରାଲିରେ ମଧ୍ୟ ଭାଗ ନେବେ ବୋଲି ଆଶା କରାଯାଉଛି । ରଥ ଯାତ୍ରାର ନାମ ‘ଜନ ବିଶ୍ୱ ଯାତ୍ରା’ ରଖାଯାଇଛି । ଜାନୁୟାରୀ ୧୨ ରେ ବିଜେପି ସଭାପତି ଜେପି ନଡ୍ଡା ସମାପନ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ । ଏଥିସହ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏଥିରେ ଭାଗ ନେବେ ବୋଲି କୁହାଯାଉଛି । ଜନ ବିଶ୍ୱ ଯାତ୍ରା ପାଇଁ ପ୍ରସ୍ତୁତି ବୁଧବାର ଦିନ ଶେଷ ହୋଇଛି ।

Get real time updates directly on you device, subscribe now.