fbpx

ପୁଣି ଚର୍ଚ୍ଚାରେ ବିଗ୍‌ ବି, ‘ଝୁଣ୍ଡ’ ଫିଲ୍ମରେ ଭିନ୍ନ ଚରିତ୍ରରେ ଆସିବେ ନଜର

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବିଗ୍‌ ବି ଅମିତାଭ ବଚ୍ଚନ । ତାଙ୍କ ଅଭିନୀତ ଫିଲ୍ମ ‘ଝୁଣ୍ଡ’ର ଟିଜର ରିଲିଜ ହୋଇଛି । ଦୀର୍ଘ ଦିନ ଧରି ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଆସନ୍ତା ମାର୍ଚ୍ଚ ୪ ତାରିଖରେ ସିନେମା ରିଲିଜ୍ ହେବାକୁ ଯାଉଛି। ଗରିବ ପିଲାଙ୍କ ଜୀବନ କାହାଣୀ ଏବଂ ସଂଘର୍ଷକୁ ଏକ ନୂଆ ଶୈଳୀରେ ଏହି ଫିଲ୍ମରେ ଚିତ୍ରିତ କରାଯାଇଛି ।

ବିଗ୍‌ ବିଙ୍କ ଏହି ଫିଲ୍ମ ବର୍ତ୍ତମାନ ସମୟର ଅଧିକାଂଶ ଫିଲ୍ମକୁ ଟକ୍କର ଦେବାକୁ ସକ୍ଷମ । କାରଣ ଏହି ଫିଲ୍ମରେ ପୂର୍ଣ୍ଣ ମନୋରଞ୍ଜନ ସାଙ୍ଗକୁ ଅମିତାଭଙ୍କ ଦମ୍‌ଦାର ଅଭିନୟ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଟି-ସିରିଜ ଦୀର୍ଘ ଦିନ ଧରି ଏଭଳି ଏକ ଚଳଚିତ୍ର ଦର୍ଶକଙ୍କ ପାଇଁ ଆଣିବାକୁ ପ୍ରୟାସ ଜାରି ରଖିଥିଲା । ଏବେ ଏହା ସଫଳ ହେବାକୁ ଯାଉଛି ।

ଅନ୍ୟପଟେ ଦୀର୍ଘ ଦିନ ପରେ ‘ବଡେମିଆଁ ଛୋଟେ ମିଆଁ’ ଶୁଣିବାକୁ ମିଳିବ । ଖାଲି ଶୁଣିବାକୁ କାହିଁକି ଦର୍ଶକ ପରଦାରେ ଦେଖିବେ ଏହି ଶୀର୍ଷକରେ ହିନ୍ଦୀ ଫିଲ୍ମ । ଯେଉଁଥିରେ ଆକର୍ଷଣ ସାଜିଛନ୍ତି ଆକ୍ସନ୍‌ ହିରୋ ଅକ୍ଷୟ କୁମାର ଓ ଟାଇଗର ସ୍ରଫ୍‌ । ଏହି ଦୁହିଁଙ୍କୁ ନେଇ ନିର୍ମିତ ହେଉଥିବା ଫିଲ୍ମର କାହାଣୀ ଆକ୍ସନ ଏବଂ ଥ୍ରିଲରକୁ ନେଇ ସମୃଦ୍ଧ ହୋଇଛି । ଯାହାକୁ ନେଇ ଅକ୍ଷୟ ଓ ଟାଇଗର ସ୍ରଫ୍‌ ବେଶ୍‌ ଖୁସି ଥିବା କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଅକ୍ଷୟ ଏହି ଫିଲ୍ମରେ ଏକ ଭିନ୍ନ ଚରିତ୍ରରେ ଦେଖାଦେବେ । ଯାହା ତାଙ୍କର ପୂର୍ବ ଫିଲ୍ମ ଗୁଡିକ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ କହିଛନ୍ତି । କାହାଣି ସାଙ୍ଗକୁ ଏହି ଫିଲ୍ମର ଗୀତଗୁଡିକୁ ମନଛୁଆଁ କରିବାକୁ ଉଦ୍ୟମ କରୁଛି ଫିଲ୍ମର ସଂଯୋଜନା ଟିମ୍‌ ।

Get real time updates directly on you device, subscribe now.