fbpx

ଅମିତାଭ କହିଲେ ‘ମୋ ଘର ତ ଏକ ଛୋଟ ଭାରତ ପରି’ , ଟିଭି ଶୋ’ରେ କାହିଁକି ଏପରି କହିଲେ ବିଗ୍ ବି

Advertisement

ମୁୁମ୍ବାଇ: କୌନ ବନେଗା କରୋଡପତି ଶୋ’ର ଲାଟେଷ୍ଟ ଏପିସୋଡ୍ ଏଥର ଫ୍ୟାମିଲି ସ୍ପେସିଆଲ ୱିକ୍ ଉପରେ ପର୍ଯ୍ୟବେଶିତ ଥିଲା । ଶୋ’ରେ ବିଗ୍ ବି ପ୍ରତିଯୋଗୀଙ୍କୁ ଫ୍ୟାମିଲି ଉପରେ ବିଭିନ୍ନ ପ୍ରଶ୍ନ କରିଥିଲେ । ଐହି କ୍ରମରେ ବଚ୍ଚନ ପ୍ରତିଯୋଗୀଙ୍କ ସହ କଥାବାର୍ତ୍ତା ସମୟରେ କହିଥିଲେ କି ପରିବାରରେ ଶାଶୂ ବୋହୂଙ୍କ ସଂପର୍କ ସବୁଠାରୁ ବେଷ୍ଟ ହୋଇଥାଏ ।

ଏହି ସମୟରେ ଜଣେ ପ୍ରତିଯୋଗୀ କହିଥିଲେ କି ସେ ନିଜ ଘରେ ପତ୍ନୀ ଓ ବୋହୂଙ୍କ ସହ ମିଶି ସାଣ୍ଡୱିଚ୍ ତିଆରି କରିଥାନ୍ତି । ଅମିତାଭଙ୍କୁ ପଚାରିଥିଲେ ସେ କେବେ ଏହିପରି କରିଛନ୍ତି କି? ଅମିତାଭ ଏଥିରେ ହଁ ଭରିଥିଲେ ଆଉ କହିଥିଲେ ତାଙ୍କୁ ନିଜ ପରିବାର ବିଷୟରେ ଗୋଟଇଏ କଥା ସବୁଠାରୁ ଭଲ ଲାଗିଥାଏ । ମୋ ପରିବାରର ଲୋକମାନେ ପରସ୍ପର ଠାରୁ ଅଲଗା ହୋଇଥିଲେ ବି ସମସ୍ତଙ୍କ ମଧ୍ୟରେ ବେଶ୍ ଆପଣାପଣ ରହିଛି । ମୋ ଝିଅର ବାହାଘର ପଞ୍ଜାବୀ ଫ୍ୟାମିଲିରେ ହୋଇଛଇ ଓ ମୋ ପୁଅ ଦକ୍ଷିଣରୁ ବୋହୂ ଆଣି ଆସିଛି । ମୋ ଘରେ ଦେଶର ଅଲଗା ଅଲଗା ସ୍ଥାନରୁ ଲୋକ ରହିଛନ୍ତି । ଆମ ଘର ଏକ ମିନି ଇଣ୍ଡିଆ ପରି ଯାହା ମୋତେ ବହୁତ ପସନ୍ଦ ।

ଅମିତାଭ ବଚ୍ଚନଙ୍କର ଏହି ଉତ୍ତର ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ଅମିତାଭ ବଚ୍ଚନ ବଲିଉଡ୍‌ର ବାଦଶାହ ହେବା ସହିତ ଜଣେ ଫ୍ୟାମିଲି ମ୍ୟାନ୍ ବି । ସେ ଘରେ ପତ୍ନୀ, ପୁଅ, ବୋହୁ ଓ ନାତି ନାତୁଣୀଙ୍କ ସହ ବହୁ ସମୟ କଟାଇବାକୁ ବେଶ୍ ଭଲ ପାଇଥାନ୍ତି ।

Get real time updates directly on you device, subscribe now.