fbpx

ସିଲଭେଷ୍ଟର ଡାକୁନହାଙ୍କ ପରଲୋକ: ଅମୂଲ ବ୍ରାଣ୍ଡର ବିଜ୍ଞାପନ ଗୁରୁ ଆଉ ନାହାନ୍ତି

ନୂଆଦିଲ୍ଲୀ: ଅମୂଲ ପ୍ରଡକ୍ଟ ବ୍ୟବହାର କରୁଥିବା ଗ୍ରାହକମାନେ ଏହି ପ୍ୟାକେଟରେ ଛପା ଯାଇଥିବା ଅମୂଲ ଗାର୍ଲର ଫଟୋକୁ ଭଲ ଭାବେ ଚିହ୍ନିଥିବେ । ପାଖାପାଖି ୬୦ ବର୍ଷ ପୂର୍ବରୁ ଏହି ବ୍ରାଣ୍ଡର ଶୁଭାରମ୍ଭ କରାଯାଇଥିଲା । ତେବେ ଏହି ବିଜ୍ଞାପନ ମାଧ୍ୟମରେ ଅମୂଲ୍ୟ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବାରେ ସଫଳ ହୋଇଥିଲା । ଏହି ବିଜ୍ଞାପନର ଗୁରୁ ସିଲଭେଷ୍ଟର ଡାକୁନହାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ସିଲଭେଷ୍ଟରଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।

ସିଲଭେଷ୍ଟର ‘ଅଟରଲୀ ବଟରଲୀ’ ଗାର୍ଲ ଅଭିଯାନ ଜରିଆରେ ଅମୂଲ୍ୟ କମ୍ପାନୀର ଦୁଗ୍ଧଜାତ ପ୍ରଡକ୍ଟକୁ ଏକ ଅଲଗା ପରିଚୟ ଦେଇଥିଲେ । ବିଳମ୍ବିତ ରାତିରେ ସିଲଭେଷ୍ଟର ମୁମ୍ବାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଚନ୍ତି । ଗୁଜରାଟର କୋ-ଅପରେଟିଭ ମିଲକ ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ)ର ଏମଡି ଜୟେନ ମେହତା ସିଲଭେଷ୍ଟରଙ୍କ ମୃତ୍ୟୁ ସମ୍ପର୍କୀୟ ସୂଚନା ଦେଇଛନ୍ତି ।

ସିଲଭେଷ୍ଟର ହେଉଛନ୍ତି ଏପରି ଜଣେ ବ୍ୟକ୍ତି ଯେ କି ସାରା ଦୁନିଆରେ ଅମୂଲକୁ ବିଜ୍ଞାପନ ମାଧ୍ୟମରେ ପରିଚିତ କରାଇ ପାରିଥିଲେ । ବିଜ୍ଞାପନରେ ଦେଖାଯାଉଥିବା ଧଳା ଓ ଲାଲ ରଙ୍ଗର ଡାର୍ଟେଡ ଫ୍ରକରେ ଥିବା ଅମୂଲ ଗାର୍ଲ ସିଲଭେଷ୍ଟରଙ୍କର ଆଇଡିଆ ଥିଲା । ଅଟରଲୀ-ବଟରଲୀ ଗାର୍ଲ ଏପରି କମାଲ କରିଥିଲେ ସେ ଅମୂଲ ବ୍ରାଣ୍ଡ ଦେଶ, ବିଦେଶରେ ଖୁବ୍ ପରିଚିତି ହାସଲ କରିପାରିଥିଲା । ଅମୂଲର ଏହି ବିଜ୍ଞାପନ କ୍ରଗାମଗତ ଭାବେ ବହୁ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ସିଲଭେଷ୍ଟର ୧୯୬୦ ଦଶକରେ ଅମୂଲ ସହିତ ଯୋଡ଼ି ହୋଇଥିଲେ ଓ ୧୯୬୬ରେ ସେ ଜିସିଏମଏମଏଫର ମୂଳ କମ୍ପାନୀ ଅମୂଲ୍ୟ ବ୍ରାଣ୍ଡ ପାଇଁ ବିଜ୍ଞାପନ କଳ୍ପନା କରିଥିଲେ ।

Get real time updates directly on you device, subscribe now.