fbpx

ଅଭିନେତ୍ରୀ କିଛି କରନ୍ତିନି ହେଲେ ସବୁ ପ୍ରଶଂସା ତାଙ୍କୁ ହିଁ ମିଳିଥାଏ: ପ୍ରିୟଙ୍କା ଚୋପ୍ରା

 

ମୁମ୍ବାଇ : ଆଜିର ସମୟରେ ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ଗ୍ଲୋବାଲ ଆଇକନ । କାରଣ ସେ ବଲିଉଡରେ ଚର୍ଚ୍ଚାରେ ଥିବା ବେଳେ ଦେଶ ବାହାରେ ମଧ୍ୟ ସେହିପରି ଅଭିନୟ କରି ଚର୍ଚ୍ଚାରେ ଅଛନ୍ତି । ସେ ବଲିଉଡରେ ୨୦୦୩ ମସିହାରେ ପ୍ରବେଶ କରି ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ହେଲେ ସେ ଅଭିନେତ୍ରୀ ମାନଙ୍କୁ ନେଇ ଏପରି କିଛି କଥା କହିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି । ପ୍ରିୟଙ୍କା ଚୋପ୍ରା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଅଭିନେତ୍ରୀମାନେ କଣ କରନ୍ତି? କିଛି କରନ୍ତି ନାହିଁ । ମନକୁ ତାଙ୍କୁ ପ୍ରଶଂସା ଦିଆଯାଇଥାଏ ।

ରିପୋର୍ଟ ଅନୁଯାୟୀ, ପ୍ରିୟଙ୍କା ଚୋପ୍ରା ଇଣ୍ଟରଭ୍ୟୁରେ ବସିଥିବା ବେଳେ କହିଛନ୍ତି ଯେ, ମୁଁ ବଡ ବଡ ଫିଲ୍ମ ନିର୍ମାତାଙ୍କ ସହ କାମ କରିଛି । ମୁଁ ଯେତେବେଳେ ବଲିଉଡରେ କାମ କରିଲି ସେତେବେଳେ ଭଲ ନାମ ଥିବା ଲୋକଙ୍କ ସହ କାମ କରିଥିଲି । ସବୁଲୋକେ ମୋତେ ବେଷ୍ଟ ଆକ୍ଟର ହେବା ପାଇଁ ପରାମର୍ଶ କରିଥିଲେ । ହେଲେ ଆମେ ଅଭିନେତ୍ରୀ କିଛି କରି ନଥାଉ କାରଣ ଆମକୁ ଏକ ସ୍କ୍ରିପ୍ଟ ଦିଆଯାଇଥାଏ ଯାହାକୁ ଆମେ ପଢି କ୍ୟାମେରା ସାମ୍ନାରେ ସେହି ସ୍କ୍ରିପ୍ଟ ଲେଖାକୁ ଜୀବନ୍ତ ରୂପ ଦେଇଥାଉ । ଏମିତିରେ ବି ଅନ୍ୟ ଯିଏ ଗୀତ ଗାଉଥିବ ତାକୁ ଆମେ ଲିପ୍ସିଙ୍ଗ କରି ଡ୍ୟାନ୍ସ କରିଥାଉ । ଆମେ କପଡା ବି କାହା ସାହାଯ୍ୟରେ ଡିଜାଇନ କରାଯାଇଥିବାକୁ ପିନ୍ଧି ଥାଉ । ହେୟାର କୁ ମଧ୍ୟ ଅନ୍ୟ କିଏ ସଜାଇଥାଏ, ହେଲେ ସେଠି ଆମେ କିଛି କରୁନାହୁଁ ।

ପ୍ରିୟଙ୍କା ପୁଣି ମଧ୍ୟ କହିଛନ୍ତି ଯେ, ମୁଁ କେବଳ ଫିଲ୍ମରେ ଚରିତ୍ରର ଭୂମିକା ଅଭିନୟ କରିଥାଏ । ହେଲେ ଏଥିପାଇଁ ଆମ ଉପରେ ପ୍ରେସର ପକାଯାଏ । ଏହି କାମ କରିବା ବହୁତ କଷ୍ଟ । ଏହି କାମକୁ ସମସ୍ତେ କରିପାରନ୍ତି ନାହିଁ । ଜଣେ ଅଭିନେତ୍ରୀଙ୍କ ଠାରୁ ଯାହା ଆଶା କରାଯାଏ ତାକୁ କରିବା ପାଇଁ ବଡ କଲିଜାଟିଏ ଦରକାର । ତେବେ ସବୁ ଆକ୍ଟର ମଧ୍ୟ ଅଭିନୟ କରିପାରିବେ ନାହିଁ ଯଦି ସିଏ କରୁଛି ତେବେ ତାକୁ ଫଲୋ କରିବା ଦରକାର ।

Get real time updates directly on you device, subscribe now.