fbpx

ବିଶ୍ବବାସୀଙ୍କୁ WHOର ସତର୍କ ବାଣୀ: କରୋନାଠାରୁ ବି ଭୟଙ୍କର ବିପତ୍ତିର ସାମ୍ନା କରିବାକୁ ଯାଉଛି ବିଶ୍ବ, ୫ କୋଟି ଲୋକ ହରାଇବେ ପ୍ରାଣ

ଓଡ଼ିଶା ଭାସ୍କର: ଆସୁଛି ଆଉ ଏକ ମହାମାରୀ। କରୋନାଠାରୁ ବି ଭୟଙ୍କର ବିପତ୍ତିର ସାମ୍ନା କରିବ ବିଶ୍ବ । ଏନେଇ ବିଶ୍ବବାସୀଙ୍କୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କରୋନା ମହାମାରୀରେ ବିଶ୍ବରେ ପ୍ରାୟ ୭୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଆସୁଥିବା ମାହାମାରୀ ଅତି କମରେ ୫ କୋଟି ଲୋକ ପ୍ରାଣ ହରାଇପାରନ୍ତି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ବିଶେଷଜ୍ଞମାନେ ଯେଉଁ ନୂଆ ମହାମାରୀ ନେଇ ସତର୍କ କରୁଛନ୍ତି ତାହା କୋଭିଡ-୧୯ ଠାରୁ ୭ ଗୁଣା ଅଧିକ ବିପଜ୍ଜନକ ହୋଇପାରେ। ଏହି ଅଜଣା ରୋଗକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏକ୍ସ ନାମରେ ନାମିତ କରିଛନ୍ତି। ଡେଲି ମେଲ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି।

ବିଶ୍ବ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହି ରୋଗକୁ ନେଇ ସତର୍କ କରିଛି। ଏଥି ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହାକୁ ରୋଗ X ନାମରେ ନାମିତ କରିବା ସହ ଏହା ମହାମାରୀ ସ୍ଥିତିରେ ଥିବା କହିଛି। କରୋନାକୁ ଗ୍ଲୋବାଲ ଏମର୍ଜେନ୍ସିରୁ ହଟାଇ ଦିଆଯାଇଥିଲେ ମଧ୍ୟ ଆଗାମି ଦିନ ପାଇଁ ସତର୍କ ରହିବାକୁ ହେବ । ଆଗାମୀ ଦିନରେ X ଭୟଙ୍କର ମହାମାରୀ ବିଶ୍ବକୁ କବଳିତ କରିବାର ଆଶଙ୍କା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଭୟ କରୁଛି ଯେ ଏହି ନୂଆ ମହାମାରୀ ଏବେ ଆସିବାକୁ ଯାଉଛି, ଆଉ ଏହା COVID-19 ଅପେକ୍ଷା ଅଧିକ ମାରାତ୍ମକ ହୋଇପାରେ। ଡେଲି ମେଲର ରିପୋର୍ଟ ଅନୁଯାୟୀ ବିଶେଷଜ୍ଞମାନେ X ବିଷୟରେ ଚେତାବନୀ ଦେଇଛନ୍ତି ଏବଂ କହିଛନ୍ତି ଯେ କୋଭିଡ -୧୯ ମହାମାରୀର ଆରମ୍ଭ କରିଛି। ଆଗକୁ ଏପରି ଅନେକ ମହାମାରୀ ଆସିବ। ବ୍ରିଟେନର ଭ୍ୟାକ୍ସିନ୍ ଟାସ୍କ ଫୋର୍ସର ମୁଖ୍ୟ ଡେମ କେଟ୍ ବିଙ୍ଗହମ୍ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ଏହି ରୋଗ ମହାମାରୀ ରୂପେ ଗ୍ରହଣ କରେ ତେବେ ଅତି କମରେ ୫ କୋଟି ଲୋକ ଏହି କାରଣରୁ ମରିପାରନ୍ତି। ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଏହାର ମୁକାବିଲା କରିବା ଏକ ବଡ ଆହ୍ବାନ ହୋଇପାରେ, କାରଣ ଏହା କୋଭିଡ -୧୯ ଅପେକ୍ଷା ଅଧିକ ମାରାତ୍ମକ ଅଟେ।

 

 

Get real time updates directly on you device, subscribe now.