fbpx

ଲତାଙ୍କ ବିୟୋଗରେ ଗୋଟିଏ ଯୁଗର ଅନ୍ତ ଘଟିଲା: ସ୍ୱର ସମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳିରେ ରାଜ୍ୟସଭା ଘଣ୍ଟାଏ ମୁଲତବୀ

ନୂଆଦିଲ୍ଲୀ: ସ୍ୱରସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ ସଂସଦର ଉଚ୍ଚତମ ସଦନ ରାଜ୍ୟସଭାରେ ଶୋକ ପ୍ରକାଶ କରାଯାଇଛି । ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ରବିବାର ୯୨ ବର୍ଷ ବୟସରେ ଲତାଙ୍କ ପରଲୋକ ଘଟିଥିଲା । ବିଗତ ୨୯ ଦିନ ଧରି କରୋନା ଓ ନିମୋନିଆ ସହିତ ଲଢେଇ ପରେ ହାରି ଯାଇଥିଲେ ଭାରତ ରତ୍ନ । ଲତାଙ୍କ ବିୟୋଗରେ ସଙ୍ଗୀତ ଇଣ୍ଡଷ୍ଟ୍ରୀରେ ଗୋଟିଏ ଯୁଗର ଅବସାନ ଘଟିଲା । ଏହା ସଙ୍ଗୀତ ଶିଳ୍ପରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି କରିବ । ଲତାଙ୍କ ସ୍ଥାନ ଅପୂରଣୀୟ ଯାହା କେବେବି ପୂରଣ ହୋଇ ପାରିବ ନାହିଁ ।

ରବିବାର ସନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ଲତାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଥିଲା । ୩୬ଟି ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଥିବା ଲତାଙ୍କ ଅନ୍ତିମ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସଚିନ ତେନ୍ଦୁଲକର, ଶାହରୁଖ ଖାନ ଏବଂ ଉଦ୍ଧବ ଠାକରେଙ୍କ ପରି ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Get real time updates directly on you device, subscribe now.