fbpx

ବିଷାକ୍ତ ତୃଣନାଶକ ପାରାକୁଏଟ୍‍ର ବ୍ୟବହାର ପାଇଁ ଆବଶ୍ୟକ ହେବ ବିଶେଷଜ୍ଞଙ୍କର ପରାମର୍ଶ ଚିଠା : ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର : କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ପାରାକୁଏଟ୍‍ ତୃଣନାଶକ ଔଷଧ କିଣିବା ପାଇଁ କୃଷି ବିଶେଷଜ୍ଞଙ୍କ ଲିଖିତ ପରାମର୍ଶ ଚିଠା ଦରକାର ବୋଲି ରାଜ୍ୟ ପ୍ରମୁଖ କୃଷି ସଚିବ ଅରିବନ୍ଦ ପାଢ଼ି କହିଛନ୍ତି । ସେ କହିଛନ୍ତି, କୃଷି ଓ କୃଷି ସହ ଅନୁବନ୍ଧିତ କ୍ଷେତ୍ର ସମେତ ବୈଜ୍ଞାନିକ ଏବଂ ଓ.ୟୁ.ଏ.ଟି ଭଳି ଶାଖାରୁ ଏହି କୀଟନାଶକ କିଣିବା ପାଇଁ ଲିଖିତ ପରାମର୍ଶ ଚିଠା ଆବଶ୍ୟକ ।

ପରିବେଶ, କୃଷି ଓ ଲୋକମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ସରକାର ପାରାକୁଏଟ୍‍ର ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି । ପାରାକୁଏଟର ବ୍ୟବହାର ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟକୁ ନେଇ ରଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିବେ ବୋଲି ଶ୍ରୀ ପାଢ଼ି କହିଛନ୍ତି । କୃଷି କ୍ଷେତ୍ରରେ କୀଟନାଶକ ବ୍ୟବହାର ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ ।

ସୂଚନାଯୋଗ୍ୟ, କୃଷି କ୍ଷେତ୍ରରେ ବ୍ୟବହୃତ ହେଉଥିବା ବିଶାକ୍ତ ତୃଣନାଶକ ଦ୍ରବ୍ୟ – ପାରାକ୍ୱାଟକୁ ସମ୍ପୂର୍ଣ୍ଣ ନିଷେଧ କରିବାପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର ପାରାକୁଏଟ ରାସାୟନିକ ପଦାର୍ଥର ବିକ୍ରୟ, ମହଜୁଦ, ବିତରଣ ଓ ବ୍ୟବହାରକୁ ବର୍ତ୍ତମାନ ପାଇଁ ବନ୍ଦ ରଖିଛନ୍ତି ।

Get real time updates directly on you device, subscribe now.