fbpx

(Video) ଇଏ କ’ଣ ହଉଛି? ଟ୍ରକ ପଛରେ ଝୁଲୁଛନ୍ତି ସୁପରମ୍ୟାନ! ଭାଇରାଲ ଭିଡିଓରେ ବୃଦ୍ଧଙ୍କ କାରନାମା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଅଦ୍ଭୁତ କାରନାମା ଏବେ ଭାଇରାଲ ହେବାରେ ଲାଗିଛି । ଏକ ଚଳନ୍ତି ଟ୍ରକ ପଛରେ ଝୁଲି ରହିଛନ୍ତି ଏହି ବୃଦ୍ଧ । ତେବେ ମହାଶୟଙ୍କର ଏହି କାରନାମା ବିଷୟରେ ଗାଡି ଡ୍ରାଇଭରଙ୍କୁ ଟିକିଏ ହେଲେ ବି ଆଭାସ ମିଳିନାହିଁ । ଟ୍ରକରେ ଏମିତି ଝୁଲି ଝୁଲି ସେ ଖୁବ କିଛି ବାଟ ଅତିକ୍ରମ କରି ଆସିଛନ୍ତି । ତେବେ ଚାଚାଙ୍କର ଏହି କାରସାଦିକୁ ଦେଖି ଲୋକମାନେ ତାଙ୍କୁ ସୁପରମ୍ୟାନ ବୋଲି ଆଖ୍ୟା ଦେଇ ସାରିଲେଣି । ଅନେକ ଥର ଆପଣ ଗାଡି ପଛରେ ମାଲ ଲଦା ହୋଇ ଯାଉଥିବାର ଦେଖିଥିବେ । କିନ୍ତୁ ଏଠି ଜଣେ ବୃଦ୍ଧ ମଉସା ଗାଡି ପଚରେ ଅଦ୍ଭୁତ ଭାବରେ ଝୁଲି ଝୁଲି ଯାଉଥିବାର ଦେଖିବାକୁ ମିଳିଛି । ଟ୍ରକ ଡ୍ରାଇଭର ତାଙ୍କୁ

ଲିଫ୍ଟ ପାଇଁ ମନା କରି ଦେବାରୁ ଏମିତି କାରନାମା କରି ଲକ୍ଷ୍ୟସ୍ଥଳକୁ ଆସିଛନ୍ତି ବୃଦ୍ଧଜଣକ । ତେବେ ଏହି ଭିଡିଓ ଦେଖିବାକୁ ମଜା ଲାଗିଲେ ବି ଏଭଳି କାଣ୍ଡ ଖୁବ ଭୟଙ୍କର ଏବଂ ଜୀବନ ପ୍ରତି ବିପଦ ଭରି ରହିଛି । ତେଣୁ ଏମିତି କାଣ୍ଡ କରିବାରୁ ନିବୃତ୍ତ ରୁହନ୍ତୁ ।

ଚାଚାଙ୍କର ଏଭଳି କାରନାମାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି । ତେବେ ଅନେକ ଲୋକ ବୃଦ୍ଧବ୍ୟକ୍ତିଙ୍କୁ ସୁପରମ୍ୟାନ ବୋଲି କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.