fbpx

ମଦର୍ସ ଡେ’ରେ ଇଡ୍‌ଲୀ ଆମ୍ମାଙ୍କୁ ଭେଟି ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଆନନ୍ଦ ମହିନ୍ଦ୍ରା ଇଡ୍‌ଲୀ ଆମ୍ମାଙ୍କୁ ମଦର୍ସ ଡେ’ ଅବସରରେ ଏକ ମୂଲ୍ୟବାନ ଉପହାର ଭେଟି ଦେଇଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି କି ଆମର ଟିମ୍‌ ଧନ୍ୟବାଦର ପାତ୍ର ଯେଉଁମାନେ କି ନିର୍ଦ୍ଧାରିତ ସମୟରେ ଘର ନିର୍ମାଣ କରିବାକୁ ସକ୍ଷମ ହୋଇପରିଛନ୍ତି ଓ ତାହା ଇଡ୍‌ଲୀ ଆମ୍ମାଙ୍କୁ ଭେଟି ଦେଇଛନ୍ତି । ସେ ମଦର୍ଡ ଡେ’ ଉପଲକ୍ଷେ ମା’ଙ୍କର କର୍ତ୍ତବ୍ୟ ଉପରେ ବିଶେଷ ଆଲୋକପାତ କରିଛନ୍ତି । ସେ କହିଛନ୍ତି କି ମା’ଙ୍କୁ ନିଃସ୍ୱାର୍ଥରର ଅବତାର ଆଖ୍ୟା ଦେଇଛନ୍ତି । ଏଥିସହ ମଦର୍ସ ଡେ’ ଅବସରରେ ବଧାଇ ଜଣାଇବା ସହ ଏକ ଭିଡିଓ ସେୟାର କରିଛନ୍ତି ।

 

Get real time updates directly on you device, subscribe now.