CHARIDHAM

ଆଉ କାହାକୁ ବାହାହୋଇଗଲା ପ୍ରେମିକା, ବିରହ ଯନ୍ତ୍ରଣାରେ ନିଜକୁ ଗୁଳିକଲେ ୧୭ ବର୍ଷୀୟ ନାବାଳକ

ନୂଆଦିଲ୍ଲୀ: ରାଜସ୍ଥାନର ଭିଲୱାରା ଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଆଉ କାହାକୁ ବାହାହୋଇ ଯିବାରୁ ନିଜକୁ ଗୁଳି କରି ଜୀବନ ହାରିଛି ୧୭ ବର୍ଷୀୟ ନାବାଳକ। ପୋଲିସର ସୂଚନାନୁସାରେ ଗୁରୁବାର ରାତିରେ ଏହି ଘଟଣା ଘଟିଛି। ନାବାଳକ ଜଣକ ନିଜେ ଗୁଳି ଚଳାଇଥିବା ଅଭିଯୋଗ ଘଟଣାସ୍ଥଳ ନିକଟରେ ଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି।

ଏହି ଘଟଣାର ତଦନ୍ତ କରୁଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଯେତେବେଳେ ଯୁବକ ଜଣକ ନିଜକୁ ଗୁଳି କରିଥଲା ସେତେବେଳେ କିଛି ଯାତ୍ରୀ ଯାଉଥିଲେ। ପରେ କିଛି ଲୋକେ ଆହତ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଯାହା ପରେ ଉନ୍ନତ ଚିକିତ୍ସା ପାଇଁ ଉଦୟପୁରକୁ ରେଫର୍ କରାଯାଇଥିଲା। ଯେଉଁଠାରେ ଚିକିତ୍ସା ସମୟରେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଲିସର ତଦନ୍ତରୁ ଜଣାପଡିଛି ଯେ, ନିଜକୁ ଗୁଳି କରି ହତ୍ୟା କରିଥିବା ଯୁବକ ଏବଂ ସେ ଭଲ ପାଉଥିବା ଯୁବତୀ ଗୋଟିଏ ସ୍କୁଲରେ ଏକାଠି ପଢୁଥିଲେ। ତେବେ ମୃତ ଦେହର ପୋଷ୍ଟମର୍ଟମ କରିବା ପରେ ପୋଲିସ ଏହାକୁ ପୀଡିତାଙ୍କ ପରିବାରକୁ ହସ୍ତାନ୍ତର କରିଛି।