ଆସିଲା ADR ରିପୋର୍ଟ, ଜାଣନ୍ତୁ ଦେଶର ଧନୀ ଏବଂ ଗରିବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ ଆଜି ରିପୋର୍ଟ ପ୍ରକାଶ ପାଇଛି । ଦେଶର ସବୁଠୁ ଧନୀ ଏବଂ ଗରିବ ମୁଖ୍ୟମନ୍ତ୍ରୀ ତାଲିକା ଉଲ୍ଲେଖ କରାଯାଇଛି । ତେବେ ଏହି ରେଶରେ ଆଗରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ତାଲିକାରେ ରହିଛନ୍ତି ମମତା ବାନାର୍ଜୀ ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ୯୩୧କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କର ସମ୍ପତ୍ତି 15 ଲକ୍ଷ ରହିଛି । ଦେଶର 31ଜଣ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତି 1630 କୋଟି ରହିଛି । ଚନ୍ଦ୍ରବାବୁ ନାଇଡୁଙ୍କ ପରେ ଦ୍ବିତୀୟ ସ୍ଥାନର ରହିଛନ୍ତି ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ତାଙ୍କର ସମ୍ପତ୍ତିର ମୂଲ୍ୟ ରହିଛି 332 କୋଟି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ୫୧କୋଟିରୁ ଅଧିକ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି । ଚତୁର୍ଥ ସ୍ଥାନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ପଞ୍ଚମ ସ୍ଥାନରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ତେବେ ଗରିବ ମୁଖ୍ୟମନ୍ତ୍ରୀ ତାଲିକାରେ ରହିଛନ୍ତି ମମତା ବାନାର୍ଜୀ । ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ୫୫କୋଟି ଟଙ୍କାର ମୋଟ ସମ୍ପତ୍ତି ସହ ମମତାଙ୍କ ପରେ ଗରିବ ମୁଖ୍ୟମନ୍ତ୍ରୀ ସୂଚୀର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ୧.୧୮କୋଟି ଟଙ୍କାର ସମ୍ପତ୍ତି ସହ ତୃତୀୟ ସବୁଠୁ କମ ସମ୍ପତ୍ତି ଯୁକ୍ତ ମୁଖ୍ୟମନ୍ତ୍ରୀ ରହିଛନ୍ତି ।