fbpx

ଅଙ୍ଗନୱାଡ଼ି ଦିଦିଙ୍କ ଡ୍ରଗ୍ସ ବେପାର: ୟୁଟି ସରିଲେ ଅସଲ ରୁପକୁ ଆସନ୍ତି ଅଙ୍ଗନବାଡ଼ି କର୍ମଚାରୀ

ଜଗତସିଂହପୁର: ଚାକିରୀ ଅଙ୍ଗନୱାଡ଼ିରେ ହେଲେ ନିଶା ବ୍ରାଉନ ସୁଗାର ବେପାର କରିବା। ଡିୟୁଟି ସରିଲେ ଅସଲ ରୁପକୁ ଆସନ୍ତି ଅଙ୍ଗନବାଡ଼ି କର୍ମଚାରୀ । ଛୋଟ ଛୋଟ ପୁଡ଼ିଆ କରି ବିକ୍ରି କରନ୍ତି ବ୍ରାଉନ ସୁଗାର । ପୁରା ଅଞ୍ଚଳରେ ବ୍ୟାପିଛି ସନ୍ଧ୍ୟାରାଣୀଙ୍କର ଧଳା ଜହର ବ୍ୟାପାର । ଆଉ ଅଭିଯୋଗ ପରେ ଖୋଲିଯାଇଛି ଅଙ୍ଗନବାଡ଼ି ଦିଦି ଆଉ ଦିଦିଙ୍କ ସ୍ୱାମିଙ୍କ ଗୁମର । ହେଲେ ସ୍ୱାମୀ କେଦାରନାଥ ଖସିଯାଇଥିବା ବେଳେ ଦିଦି ଜଣଙ୍କ ଧରାପଡ଼ିଯାଇଛନ୍ତି ।

ପ୍ରଥମେ ଅଙ୍ଗନବାଡ଼ିରେ କାର୍ଯ୍ୟ ସାରନ୍ତି । ଆଉ ତାପରେ ଧଳାଜହରର ରାଣୀ ପାଲଟି ଯାଆନ୍ତି । ବାଣ୍ଟି ଚାଲନ୍ତି ଲକ୍ଷ ଲକ୍ଷ ଟଙ୍କାର ଧଳା ଜହର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କଣ୍ଟିଲୋ ପଞ୍ଚାୟତ ଉରାଳି ଗାଁରେ । ଖବର ମୁତାବକ ଉରାଳି ଗାଁର କେଦାରନାଥ ଓ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବ୍ରାଉନ ସୁଗାର ବେପାର କରନ୍ତି । ଏନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହେଲାପରେ ଜଗତସିଂପୁର ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ଅଙ୍ଗନବାଡ଼ି କର୍ମି ସନ୍ଧ୍ୟାରାଣୀଙ୍କ ଘରେ ଚଢ଼ାଉ କରାଯାଇଥିଲା । ଦିଦିଙ୍କ ସ୍ୱାମୀ କେଦାରନାଥ ଖସି ପଳାଇଥିବାବେଳେ ଦିଦି ପୋଲିସ୍ କବଜାରୁ ଖସିପାରିନଥିଲେ । ସନ୍ଧ୍ୟାରାଣୀଙ୍କ ପାଖରୁ ଜବତ ହୋଇଥିଲା ୧୬ ଗ୍ରାମ ବ୍ରାଉନ ସୁଗାର । ଯାହାର ମୂଲ୍ୟ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ତେବେ ସନ୍ଧ୍ୟାରାଣୀ ମହାପାତ୍ର କଣ୍ଟିଲୋ ପଞ୍ଚାୟତର କୋଶିଦା ଗାଁର ଏକ ଅଙ୍ଗନବାଡ଼ିରେ ସହାହିକା କର୍ମୀ ଭାବରେ କାମ କରନ୍ତି । ତେବେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଏଭଳି କାର୍ଯ୍ୟ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯଦି ଦେଖିବା ତେବେ ଜଗତସିଂହପୁରରେ ବ୍ରାଉନସୁଗାର ବ୍ୟବସାୟ ଅହେତୁକ ଭାବରେ ବଢ଼ିଚାଲିଛି । କିଛିଦିନ ପୂର୍ବେ ଜଗତସିଂହପୁର ଅବକାରୀ ବିଭାଗ ଏକ ଟିମ୍ ଦୁଇଟି ସ୍ଥାନରେ ଚଢ଼ାଉ କରି ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଥିଲା ।

Get real time updates directly on you device, subscribe now.