fbpx

ଅଙ୍ଗନବାଡ଼ି ଦିଦିଙ୍କୁ ମିଳିଲା ସ୍କୁଲ ଦାୟିତ୍ୱ, ଚିଠି ଲେଖି ନିର୍ଦ୍ଦେଶ ଦେଲେ ଡିଇଓ

Advertisement

ଭୁବନେଶ୍ୱର: ଅଙ୍ଗନବାଡ଼ି ଦିଦିଙ୍କୁ ମିଳିଲା ସ୍କୁଲ ଦାୟିତ୍ୱ । ଶିକ୍ଷକ ଆନ୍ଦୋଳନ ଯୋଗୁଁ ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା ବାହାରିଛି । ତେଣୁ ସ୍କୁଲ ପରିସରରେ ଥିବା ମଧ୍ୟାହ୍ନଭୋଜନରେ ଅଙ୍ଗନବାଡ଼ି ଦିଦିଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଜିଲ୍ଲାର ସ୍କୁଲ ଦାୟିତ୍ୱ ନେଇ ଡିଏସଡବ୍ଲ୍ୟୁଓଙ୍କୁ ଡିଇଓ ଚିଠି ଲେଖିଛନ୍ତି ।

ସୂଚନା ଅନୁଯାୟୀ, କିଛିଦିନ ହେବ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଥିଲା । ସେଥିରେ ମଧ୍ୟାହ୍ନ ଭୋଜନକୁ ଏକ ପ୍ରସଙ୍ଗ ଭାବେ ନିଆଯାଇଥିଲା । ଏହି ସବୁ ଅସୁବିଧାକୁ ଦୂର କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି । ତେଣୁ ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ୱକୁ ଏବେ ଅଙ୍ଗବାଡ଼ି ଦିଦିଙ୍କୁ ଦିଆଯାଇଛି । ଯେଉଁ ସ୍କୁଲ ପରିସରରେ ଅଙ୍ଗନବାଡ଼ି ଅଛି, ସେ ସ୍କୁଲ କଥା ବୁଝିବାକୁ ଚିଠି ଲେଖାଯାଇଛି । ସଂପୃକ୍ତ ସ୍କୁଲର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ଅଙ୍ଗନବାଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ସ୍କୁଲ ଖୋଲିବା ସହ ମଧ୍ୟାହ୍ନଭୋଜନ ଦେବାକୁ ଡିଇଓ କହିଛନ୍ତି ।

Get real time updates directly on you device, subscribe now.