fbpx

କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା, ଜାଣନ୍ତୁ କେତେ?

ଭୁବନେଶ୍ୱର,୨୩ ।୧୦(ଓଡିଶା ଭାସ୍କର): ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଆଜି ଘୋଷଣା ହୋଇଛି ଅନୁକମ୍ପା ରାଶି । ପୁଲିଂ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଙ୍କ ପାଇଁ ଏହି ଘୋଷଣା ହୋଇଛି । କରୋନାରେ ଆକାନ୍ତ ହୋଇ ମୃତ୍ୟୁ ହେଲେ ମିଳିବ ଅନୁକମ୍ପା ରାଶି । ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦିଆଯିବ । ଭାରତ ଇଲେକ୍ରେ୍ଟାନିକ୍ସ ଲିମିଟେଡ ଓ ଓସିଆଇଏଲର କର୍ମଚାରୀଙ୍କୁ ମଧ୍ୟ ଏହି ରାଶି ଦିଆଯିବ ।

ସେହିପରି ହିଂସା, ଆକ୍ରମଣ ଓ ବିସ୍ଫୋରଣରେ ମୃତ୍ୟୁ ହେଲେ ବି ରାଶି ମିଳିବ । ଅନୁକମ୍ପା ରାଶି ଘୋଷଣା କରିଛି ନିର୍ବାଚନ ଆୟୋଗ । ଏହି ଅନୁକମ୍ପା ରାଶି ରାଜ୍ୟ ସରକାର ଯୋଗାଇଦେବେ ବେଶଳି ଜଣାପଡିଛି ।

Get real time updates directly on you device, subscribe now.