fbpx
BJD
BJD SKY
BJD SKY

ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ସହାୟତା ଘୋଷଣା, ଜାଣନ୍ତୁ କେତେ କହିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଗଣ୍ଡମୁଣ୍ଡା ସୌଭାଗ୍ୟନଗରର ନାଳଭିତରେ ଗତକାଲି ଭାସିଯାଇଥିବା ଦଶମ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ପାଣିରେ ଭାସିଯାଇ ମୃତ ଜ୍ୟୋତିଙ୍କ ପରିବାର ପାଇଁ ସହାୟତା ଘୋଷଣା ହୋଇଛି । ଜ୍ୟୋତିପ୍ରକାଶଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ରିଲିଫ କୋଡ ଅନୁସାରେ ଏହି ସହାୟତା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଅନ୍ୟପଟେ ଏମ୍ସରେ ଜ୍ୟୋତିପ୍ରକାଶଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ତେବେ ଗତକାଲି ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀରେ ଛାତ୍ର ଜଣକ ନାଳରେ ଭାସିଯାଇଥିଲେ ।୧୫ ବର୍ଷର ଜ୍ୟୋତିପ୍ରକାଶ ବେହେରା ଟ୍ୟୁସନ୍ ଯାଉଥିବା ବେଳେ ନାଳରେ ଭାସିଯାଇଥିଲେ । ପ୍ରବଳ ବର୍ଷାରେ ଖୋଲା ଡ୍ରେନରେ ପ୍ରବାହିତ ପାଣିରେ ସେ ଭାସିଯାଇଥିବା ବେଳେ ୩୪ ଜଣ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ୧୯ ଘଣ୍ଟାର ଅପରେସନ ପରେ ଉଦ୍ଧାରକାରୀ ଦଳ ଛାତ୍ରର ମୃତଦେହ ଉଦ୍ଧାର କରିଥିଲେ । ପଞ୍ଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ମିଳିଥିଲା ମୃତଦେହ ।

Get real time updates directly on you device, subscribe now.