୨୦୨୩ରେ ୭୮ ଓ ୨୦୨୪ରେ ୮୯ ମର୍ଡର, କମିଶନରେଟ୍ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ
ଆସିଲା କମିଶନରେଟ୍ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ। ଟ୍ବିନ ସିଟିରେ ୨୦୨୩ରେ ୧୯,୪୧୦ ଓ ୨୦୨୪ରେ ୨୧,୬୧୩ ମାମଲା।
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସାମ୍ନାକୁ ଆସିଲା କମିଶନରେଟ୍ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ । ୨୦୨୩ରେ ଭୁବନେଶ୍ବର ୟୁପିଡିରେ ୧୧ ହଜାର ୯୭୫ ମାମଲା ।
୨୦୨୪ରେ କେବଳ ଭୁବନେଶ୍ବର ୟୁପିଡିରେ ୧୪ ହଜାର ୪୧୬ ମାମଲା ରୁଜୁ ହୋଇଛି । ସେହିଭଳି ଭୁବନେଶ୍ବରରେ ୨୦୨୩ରେ ୫୨ ମର୍ଡର, ୨୦୨୪ରେ ୬୬ ମର୍ଡର ହୋଇଛି ।
ଭୁବନେଶ୍ୱର ଭଳି କଟକ ୟୁପିଡିରେ ମଧ୍ୟ ୨୦୨୩ରେ ୭୪୩୫ ଓ ୨୦୨୪ରେ ୭୨୨୧ ମାମଲା ର୍ଜ୍ ହୋଇଛି । କଟକ ୟୁପିରେ ୨୦୨୩ରେ ୨୬ ମର୍ଡର, ୨୦୨୪ରେ ୨୩ ମର୍ଡର ହୋଇଛି।
ମୋଟ ଉପରେ କହିବାକୁ ଗଲେ ଉଭୟ ଟ୍ବିନ ସିଟି କଟକ-ଭୁବନଶ୍ୱରେ ୨୦୨୩ରେ ୭୮ ଓ ୨୦୨୪ରେ ୮୯ ମର୍ଡର ହୋଇଥିବା ବେଳେ । ଟ୍ବିନ ସିଟିରେ ୨୦୨୩ରେ ୧୯,୪୧୦ ମାମଲା ଓ ୨୦୨୪ରେ ୨୧,୬୧୩ ମାମଲା ରୁଜୁ ହୋଇଛି ।
ରିପୋର୍ଟ ଦେଖି ସ୍ପଷ୍ଟ ଜାଣି ହେଉଛି ଯେ ବର୍ଷ ୨୦୨୩ ଅପେକ୍ଷା ୨୦୨୪ରେ ଅଧିକ ଅପରାଧ ହୋଇଛି । ସବୁଠୁ ବଡ଼ କଥା ହେଉଛି କଟକ ସହର ଅପେକ୍ଷା ରାଜଧାନୀ ଭୁବନେଶ୍ୱରରେ ଅଧିକ ଅପରାଧ ହେଉଛି ।
୨୦୨୪ରେ ଭୁବନେଶ୍ୱରରେ ମଧ୍ୟ ଅଧିକ ମର୍ଡର ହୋଇଥିବା ରିପୋର୍ଟରେ ରହିଛି । ଆଶ୍ଚର୍ଯ୍ୟର କଥା କମିଶନରେଟ୍ ପୋଲିସରର କଡ଼ା ସୁରକ୍ଷା ଭିତରେ ଏତେ ସବୁ ଅପରାଧ ହେଉଛି କିପରି ।
ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଅପରାଧିକ ମାମଲା ବଢ଼ୁଥିବା ବେଳେ କମିବାର ନାଁ ନେଉନି ।