fbpx

ରାଜ୍ୟରେ ଆଉ ୧୬୧ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୩୧।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୦୯୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୨୫, ନୂଆପଡାରୁ ୨୨, ସୁନ୍ଦରଗଡ଼ରୁ ୧୨, ମୟୁରଭଞ୍ଜରୁ ୧୧, ଗଞ୍ଜାମରୁ ୬, ବାଲେଶ୍ୱର ଜଗତସିଂହପୁର, ଯାଜପୁର ଓ ରାୟଗଡାରୁ ୪ ଜଣ ଲେଖାଏଁ, ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଦେଓଗଡ଼ରୁ ୩ ଜଣ ଲେଖାଏଁ, ଝାରସୁଗୁଡା, କଳାହାଣ୍ଡି, କୋରାପୁଟ, ପୁରୀ ଓ ସୋନପୁରରୁ ୨ ଜଣ ଲେଖାଏଁ, କେନ୍ଦ୍ରାପଡା, କେନ୍ଦୁଝର, ନବରଙ୍ଗପୁର, ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Get real time updates directly on you device, subscribe now.