fbpx

ଭାରତରେ ପୁଣି ୪ ବ୍ରିଟେନ୍ ଷ୍ଟ୍ରେନ୍ ଚିହ୍ନଟ

Advertisement

ନୂଆଦିଲ୍ଲୀ,୧ ।୧: ଭାରତରେ ବ୍ରିଟେନ୍ ଷ୍ଟ୍ରେନ୍ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ପୂର୍ବରୁ ଦେଶରେ ୨୫ ବ୍ରିଟେନ୍ ଷ୍ଟ୍ରେନ୍ ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିସହ ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ମାମଲା ୨୯କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ତେବେ ଏନସିଡିସି ଦିଲ୍ଲୀ ଅଧିନରେ ୮ଟି, ଆଇଜିଆଇବି ଦିଲ୍ଲୀ ଅଧିନରେ ୨ଟି, ଏନ୍ଆଇବିଏମଜି କଲ୍ୟାଣୀ ଅଧିନରେ ଗୋଟିଏ, ଏନଆଇଭି ପୁନେ ଅଧିନରେ ୫ଟି, ସିସିଏମବି ହାଇଦ୍ରାବାଦ ଅଧିନରେ ୩ ଏବଂ NIMHANS ବେଙ୍ଗଳୁରୁ ଅଧିନରେ ୧୦ଟି ୟୁକେ ଷ୍ଟ୍ରେନ୍ ମାମଲା ଏଯାବତ୍ ଦେଶରେ ଚିହ୍ନଟ ହୋଇଛି ।

Get real time updates directly on you device, subscribe now.